ମନ୍ତ୍ରୀ ଟୁକୁନି ସାହୁଙ୍କ ମାନବିକତା: ନିଜ ଗାଡ଼ିରେ ଆହତ ମହିଳାଙ୍କୁ ଡାକ୍ତରଖାନା ନେଲେ

Advertisment
ମନ୍ତ୍ରୀ ଟୁକୁନି ସାହୁଙ୍କ ମାନବିକତା: ନିଜ ଗାଡ଼ିରେ ଆହତ ମହିଳାଙ୍କୁ ଡାକ୍ତରଖାନା ନେଲେ

ଟିଟିଲାଗଡ଼/ସଇନ୍ତଳା: ମାନବିକତା ଦେଖାଇଲେ ମନ୍ତ୍ରୀ। ରାସ୍ତାରେ ଯାଉଥିବା ବେଳେ ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଲେ। ଏଥିପାଇଁ ତାଙ୍କ କାର୍ଯ୍ୟକ୍ରମ ଏପଟ ସେପଟ ହୋଇଥିବା ଜଣାପଡ଼ିଛି। ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସଇନ୍ତଳା ବ୍ଲକ୍‌ ଦେଇ ମଙ୍ଗଳବାର ରାଜ୍ୟ ମହିଳା ଓ ଶିଶୁବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ନିଜ ଗାଡ଼ିରେ ଯାଉଥିଲେ। ଗୁଡ଼ଭେଲା ବ୍ଲକ୍‌ରେ ତାଙ୍କର କୌଣସି ଏକ କାର୍ଯ୍ୟକ୍ରମ ଥିଲା। ହଠାତ୍‌ ସଇନ୍ତଳା ନିକଟ କନ୍ଧକେଲଗାଁ ଛକ ପାଖରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ତାଙ୍କ ଗାଡ଼ିକୁ ଅଟକାଇବା ସହ ତାଙ୍କ ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ପ୍ରାୟ ୬ କିମି ଦୂର ସଇନ୍ତଳା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ।

publive-image

ଦୁର୍ଘଟଣାଗ୍ରସ୍ତ ମହିଳା ଜଣକ ଦେଓଗାଁ ବ୍ଲକ୍‌ ଉଡ଼ାର ପଞ୍ଚାୟତ ଲେହେରେନ ପାଲି ଗାଁର ସଞ୍ଜୁ ଜାଲ (୨୫ ବର୍ଷ) ବୋଲି ଜଣାପଡ଼ିଛି। ସେ ତାଙ୍କ ସ୍ୱାମୀ ସୁଭାଷ ଜାଲଙ୍କ ସହ ସଇନ୍ତଳା ବ୍ଲକ୍‌ ବୁଢ଼ାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗାଁରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ। ଦିନ ପ୍ରାୟ ୧୧ଟାରେ ସେମାନେ କନ୍ଧକେଲଗାଁ ଛକ ନିକଟରେ ପହଞ୍ଚିଥିବା ବେଳେ ହଠାତ୍‌ ସଞ୍ଜୁ ବାଇକରୁ ଖସି ପଡ଼ିଥିଲେ। ମନ୍ତ୍ରୀ ଶ୍ରୀମତୀ ସାହୁ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ସଇନ୍ତଳା ଡାକ୍ତରଖାନା ଆଣିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଚିକିତ୍ସା ପରେ ସଞ୍ଜୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe