ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଦେଲେ ମନ୍ତ୍ରୀ ବିକ୍ରମ ଆରୁଖ

ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଦେଲେ ମନ୍ତ୍ରୀ ବିକ୍ରମ ଆରୁଖ

ଭଞ୍ଜନଗର: କରୋନା ପାଇଁ ସ୍ବାସ୍ଥ କର୍ମୀଙ୍କ ଠାରୁ ଆରମ୍ଭ କରି ପୁଲିସ୍‌ କର୍ମଚାରୀ ମାନ‌େ ଦିନରାତି ଏକ କରି କରୋନା ସଂଗ୍ରାମରେ ଲଢେଇ ଜାରି ରଖିଛନ୍ତି। ତେବେ ଏହି ସଂଗ୍ରାମରେ ସହରକୁ ସ୍ବଚ୍ଛତା ରଖିବା ପାଇଁ ଏନ୍‌ଏସିର ‌ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟ କୌଣସି ଗୁଣରେ କମ୍‌ ନୁହେଁ। ଆଗ ଧାଡିରେ ରହି ଏହି ମହାମାରୀ ସହ ମୁକାବିଲା ରକୁଥିବା ବେଳେ ସମାଜର ତୃଣ ମୂଳସ୍ତରରେ ରହି ‌ଗୁଢୁଚି ମୂଷା ଭଳି କାମ କରୁଥିବା ସଫେଇ କର୍ମଚାରୀ ମାନଙ୍କ ବହୁ ପ୍ରଶଂସନୀୟ। ଏହି ମାହାମାରୀ ଭୁତାଣୁରୁ ସୁରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ସ୍ବଚ୍ଛତା ଅବଲମ୍ବନ କରିବା ନିତ୍ୟାନ୍ତ ଜରୁରୀ । ତେଣୁ ଏଭଳି ଘଟିସନ୍ଧି ମୁହୂର୍ତ୍ତରେ ସହରର ପରିମଳ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ସହ ପ୍ରତିଦିନ ନିଜର ସୁରକ୍ଷା କଥାକୁ ପଛରେ ପକାଇ ସହର ସଫେଇ କରୁଥିବା କର୍ମଚାରୀ ମାନଙ୍କୁ ‌ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ,ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଏହି ମହାମାରୀ କରୋନା

ଭୁତାଣୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦେଶ ଓ ଆର୍ନ୍ତଜାତିୟ ସ୍ତରରେ ଅନୁକରଣ କରାଯାଉଥିବା ‌ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରି‌ଷଦ ଅଧିନରେ କାର୍ଯ୍ୟରତ ୬ ଜଣ ମହିଳାଙ୍କ ସମେତ ୬୧ ଜଣ ସଫେଇ କର୍ମଚାରୀ ମାନଙ୍କୁ ବିଜୁ ସ୍ମୃତି ସଂସଦ ଆନୁକୂଲ୍ୟରେ ଶ୍ରୀ ଆରୁଖ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଲକ୍ ଡାଉନ୍‌ ଆରମ୍ଭ ହେବା ପରଠାରୁ ସଫେଇ କର୍ମଚାରୀ ମାନଙ୍କ ଅହରହ ପରିଶ୍ରମ କରିବା ଯୋଗୁ ସହରରେ ହୋଇଥିବା ସୁସ୍ଥ ବାତାବରଣ ଏହି ଭୁତାଣୁ ସଂକ୍ରମଣ ବ୍ୟାପିବାରୁ ବହୁମାତ୍ରାରେ ରୋକି ପାରିବ ବୋଲି ଶ୍ରୀ ଆରୁଖ କହିଥିଲେ। ଏହାସହ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଆଗାମୀ ଦିନରେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ। ଏହି ଅବସରରେ ସାମାଜିକ ଦୂରତ୍ବ ରକ୍ଷାକରି ସଫେଇ କର୍ମଚାରୀ ମାନଙ୍କୁ ଥାଳି,ଗ୍ଳାସ୍‌,ଚାଦର,ଚୁଡା,ବିସ୍କୁଟ୍‌,ସାନିଟାଇଜର ଓ ଗ୍ବୋବ୍ସ ଆଦି ମନ୍ତ୍ରୀ ଶ୍ରୀ ଆରୁଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବଣ୍ଟନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବିଜୁ ସ୍ମୃତି ସଂସଦର ସମ୍ପାଦକ ରାଜେନ୍ଦ୍ର ପ୍ରଧାନ,ବ୍ଳକ୍‌ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ,ଏବିଡିଓ ଭଜରାମ ବିଶ୍ବାଳ ପ୍ରମୁଖ ଉପସ୍ଥତି ରହିଥିବା ବେଳେ ଏହାକୁ ଶୂଳପାଣି ଶତପଥି ସଂଯୋଜନା‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe