ଅମଲା ସଂଘକୁ ମନ୍ତ୍ରୀଙ୍କ ତାଗିଦ୍: ଆନ୍ଦୋଳନରୁ ନ ଓହରିଲେ କଟିବ ଦରମା

ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହାଯୋଗୁଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩୦ ଜିଲ୍ଲାର ପ୍ରାୟ ୧୦ହଜାର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

suresh pujari

ଭୁବନେଶ୍ବର: ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହାଯୋଗୁଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩୦ ଜିଲ୍ଲାର ପ୍ରାୟ ୧୦ହଜାର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସଂଘ ଛୁଟିରେ ଯାଇଥିବାରୁ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଦୋଳନରେ ଥିବା କର୍ମଚାରୀଙ୍କୁ ଓହରିଯିବାକୁ ଅପିଲ୍ କରିଛନ୍ତି। ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ।

ସଂଘର ଯେଉଁ ଦାବିପତ୍ର ଦେଇଥିଲା ତାହା ସଂପର୍କରେ ସଂଘ ସହ ଆଲୋଚନା ହୋଇଛି। କ୍ୟାଡର୍‌ ପୁନର୍ଗଠନ ଦାବି ରାଜସ୍ବ ବିଭାଗର ଅଧୀନ ନୁହେଁ। ସାଧାରଣ ପ୍ରାଶସନ ବିଭାଗକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ମାତ୍ର ଅପେକ୍ଷା ନ କରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ। ତେଣୁ ସେମାନଙ୍କ ଛୁଟିକୁ ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ। ପୂର୍ବରୁ ସୂଚନା ନ ଦେଇ ଏଭଳି ପଦକ୍ଷେପ ନେଲେ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। କାର୍ଯ୍ୟ ବନ୍ଦ ପ୍ରତିବାଦ ଯୋଗୁଁ ‌ସାଧାରଣ ଲୋକଙ୍କ ସମସ୍ୟା ହେଉଛି। ଉପସ୍ଥାନରେ ଏହାକୁ ଅନୁପସ୍ଥିତ ବୋଲି ଦର୍ଶାଯିବ। ଅନ୍ୟପକ୍ଷରେ ଏ ସଂପର୍କରେ ଅମଲା ସଂଘର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe