ମନ୍ତ୍ରୀ କମିଟିର ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ଶୃଙ୍ଖଳାକୁ ପ୍ରାଥମିକତା ଦିଅ’ ଉପମୁଖ୍ୟମନ୍ତ୍ରୀ ଓ ୩ ମନ୍ତ୍ରୀ ସାମିଲ

ସମସ୍ତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ଏବଂ ଏକ ସୁନ୍ଦର ତଥା ସୁଖଦ ଅନୁଭୂତି ନେଇ ଫେରିବେ, ସେଥିପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କର। ଏହା ସହିତ ଶୃଙ୍ଖଳାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛି ରଥଯାତ୍ରା ପାଇଁ ଗଠିତ ଉଚ୍ଚସ୍ତରୀୟ ମନ୍ତ୍ରୀ କମିଟି।

fshfshfshsf

ପୁରୀ: ସମସ୍ତ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ଏବଂ ଏକ ସୁନ୍ଦର ତଥା ସୁଖଦ ଅନୁଭୂତି ନେଇ ଫେରିବେ, ସେଥିପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କର। ଏହା ସହିତ ଶୃଙ୍ଖଳାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛି ରଥଯାତ୍ରା ପାଇଁ ଗଠିତ ଉଚ୍ଚସ୍ତରୀୟ ମନ୍ତ୍ରୀ କମିଟି। ଆଜି ପୂର୍ବାହ୍‌ଣରେ ଉପମୁଖ୍ୟମନ୍ତ୍ରୀ ତଥା କମିଟି ଅଧ୍ୟକ୍ଷା ପ୍ରଭାତୀ ପରିଡ଼ା ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ୍‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। 

କମିଟି ରଥଖଳା ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପରେ ଅତିଥିମାନଙ୍କ ବସିବା ବ୍ୟବସ୍ଥା ତଦାରଖ କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ବାଗତ କରି ରଥଯାତ୍ରା ନୀତିକାନ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ; ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା ମହାପାତ୍ର ସ୍ବଚ୍ଛତା, ଡ୍ରେନ୍‌ସଫା, ଆଲୋକ ବ୍ୟବସ୍ଥା ସମ୍ପର୍କରେ; ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ପରିବହନ ବ୍ୟବସ୍ଥା, ପାର୍କିଂସ୍ଥଳ ଓ ୨୦୦ ଅଟୋ ମାଧ୍ୟମରେ ମାଗଣାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ କମିଟି ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିଥିଲା। 

ଅପରାହ୍ଣରେ ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀମତୀ ପରିଡ଼ା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ସୂଚନା କେନ୍ଦ୍ରଗୁଡିକର ଠିକ୍‌ ପରିଚାଳନା, ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସିଧା ପ୍ରସାରଣ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରିଥିଲେ। ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ଚଳିତ ରଥଯାତ୍ରା ଶୃଙ୍ଖଳିତ ହେବ ଏବଂ ସମସ୍ତ ଶ୍ରଦ୍ଧାଳୁ ଏକ ସୁଖଦ ଅନୁଭୂତି ନେଇ ଫେରିବେ ବୋଲି ସେ କହିଥିଲେ। 

ସମୀକ୍ଷା ବୈଠକରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱର, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଆଇଜି (ଟ୍ରେନିଂ) ଅନୁପ କୁମାର ସାହୁ, ଏସ୍‌ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଡ. ଶରତ ଚନ୍ଦ୍ର ମହାପାତ୍ର(ରାଜସ୍ବ), ନୀଳମାଧବ ଭୋଇ (ପ୍ରୋଟୋକଲ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରାଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe