୫୦ ହାତୀ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଉଦ୍‌ବେଗ: ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Advertisment

୨୦୨୪ ଜାନୁଆରିରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ଜାନୁଆରିରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।

Elephant

ଭୁବନେଶ୍ବର: ୨୦୨୪ ଜାନୁଆରିରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଷ ଆରମ୍ଭରୁ ଏଯାଏଁ ରାଜ୍ୟରେ ପ୍ରାୟ ୫୦ଟି ହାତୀ ମୃତ୍ୟୁ ହେବା ଅତ୍ୟନ୍ତ ଉଦ୍‌ବେଗଜନକ। ଅସ୍ୱାଭାବିକ ହାତୀମୃତ୍ୟୁ ରୋକିବାକୁ ରାଜ୍ୟ ସରକାର ଗଜସାଥୀ ମୁତୟନ, ରାପିଡ଼୍‌ ଆକ୍ସନ୍‌ ଟିମ୍‌ ପରି ବ୍ୟବସ୍ଥା ହୋଇଛି। ଏଥିସହ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦକ୍ଷତା ଓ ଆନ୍ତରିକତା ଏବଂ କାର୍ଯ୍ୟ କୁଶଳତାର ଅଧିକ ଆବଶ୍ୟକତା ଅନୁଭୂତ ହେଉଛି। 

ସୁରକ୍ଷିତ ପରିବେଶରେ ବାସ କରିବା ବନ୍ୟଜନ୍ତୁଙ୍କ ଅଧିକାର ହୋଇଥିବାରୁ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ତେବେ ସେମାନଙ୍କ ନିରାପତ୍ତା ନିଶ୍ଚିତ କରାଯିବା ନିମନ୍ତେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଆବଶ୍ୟକ। ବନ ବିଭାଗ ଅଧିକାରୀମାନେ ଏଥିପାଇଁ ଉତ୍ତରଦାୟୀ ହେବା ଆବଶ୍ୟକ। କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଛନ୍ତି। ୨୦୨୪ରେ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁ ଘଟଣାଗୁଡ଼ିକୁ ବନଖଣ୍ଡ ଅନୁଯାୟୀ ପ୍ରସ୍ତୁତ କରି ପୁଙ୍ଖାନୁପୁଙ୍ଗ ତଦନ୍ତ କରାଯିବ। ଦୋଷୀ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାସ ମଧ୍ୟରେ ଜଣାଇବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆଜି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe