ମନ୍ତ୍ରୀଙ୍କ ଝିଅ ବାହାଘର, ମନ୍ତ୍ରୀମୟ ସମ୍ବଲପୁର

Advertisment
ମନ୍ତ୍ରୀଙ୍କ ଝିଅ ବାହାଘର, ମନ୍ତ୍ରୀମୟ ସମ୍ବଲପୁର

ସମ୍ବଲପୁର : ବୁଧବାର ଥିଲା ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ( ଅର୍ଥ ଓ ଅବକାରୀ) ନିରଂଜନ ପୂଜାରୀଙ୍କ ଝିଅ ରାଜନନ୍ଦିନୀଙ୍କ ବାହାଘର। ନୂଆପଡ଼ା ଜିଲ୍ଲା କୋମନା ନିବାସୀ ପ୍ରଜ୍ଞାନନ୍ଦ ପଣ୍ଡା(କାହ୍ନା)ଙ୍କ ସହିତ ଅନୁଷ୍ଠିତ ଏହି ବାହାଘର ପାଇଁ ସମ୍ବଲପୁର ସହର ଉପକଣ୍ଠ ହୋଟେଲ ‘ୱେଲକମ୍‌ ରିସୋର୍ଟ’ରେ ହୋଇଥିଲା ଭବ୍ୟ ଆୟୋଜନ। ବାହାଘରରେ ଯୋଗ ଦେଇଥିଲେ ରାଜ୍ୟର ବହୁନେତା ଓ ମନ୍ତ୍ରୀ। ନେତା ଓ ମନ୍ତ୍ରୀମୟ ହୋଇଯାଇଥିଲା ସମ୍ବଲପୁର।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ମିସନ ଶକ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଜୟ ନାରାୟଣ ମିଶ୍ର, ଅତନୁ ସବ୍ୟସାଚୀ ନାୟକ,ରାଜେନ୍ଦ୍ର ଢୋଲକିଆ, ସରୋଜ ମେହେର, ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ନେତା ବାହାଘରରେ ଯୋଗ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ। ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ବିଜେଡିର ସଂଗଠନ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ କିନ୍ତୁ ଗତକାଲି ସମ୍ବଲପୁର ଆସି ରାଜନନ୍ଦିନୀଙ୍କୁ ଆଗୁଆ ଆଶୀର୍ବାଦ ଦେଇ ଚାଲି ଯାଇଥିଲେ। ଗସ୍ତ ପରିପ୍ରେକ୍ଷୀରେ କେତେକ ମନ୍ତ୍ରୀ ବିଭାଗୀୟ କାର୍ଯ୍ୟର ସମୀକ୍ଷା ବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe