ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ନିଜ ବିଭାଗର ମାସିକିଆ ରିପୋର୍ଟ ଦାଖଲ କଲେ ମନ୍ତ୍ରୀ

ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଯୋଗାଯୋଗ କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Wikidata

ଭୁବନେଶ୍ୱର: ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସଂପୃକ୍ତ ବିଭାଗ ପକ୍ଷରୁ ଗତ ମାସକ ମଧ୍ୟରେ କି କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମନ୍ତ୍ରୀମାନେ ସେମାନଙ୍କର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦାଖଲ କରିଛନ୍ତିି। ଶନିବାର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ମାସକ ମଧ୍ୟରେ ସେମାନଙ୍କ ବିଭାଗ ପକ୍ଷରୁ କ’ଣ କରାଯାଇଛି ତାହାର ବିବରଣୀ ପ୍ରଦାନ କରିଛନ୍ତି।

ଗତ ଜୁନ୍‌ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନବଗଠିତ ଟିମ୍‌ର ସଦସ୍ୟମାନଙ୍କୁ ସେମାନଙ୍କର ମାସିକିଆ ରିପୋର୍ଟ ପ୍ରତି ମାସ ୭ ତାରିଖ ସୁଦ୍ଧା ତାଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ମନ୍ତ୍ରୀମାନେ ଆଜି ସେମାନଙ୍କର ପ୍ରଥମ ମାସିକିଆ ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟଗୁଡ଼ିକୁ ଭିତ୍ତି କରି ବିଭିନ୍ନ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିବେ।

publive-image urbanvaastu.com

ଗତ ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଗାଦିରେ ବସିବା ପରେ ସେହିଦିନ ହିଁ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଡକାଇ ଥିଲେ। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦଳୀୟ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସେହି ଅନୁଯାୟୀ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ କେଉଁ ବିଭାଗ କେତେ ଅଗ୍ରଗତି କରିଛନ୍ତି, ତାର ମାସିକ ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଚତୁର୍ଥ ପାଳିରେ ନବୀନ ବିଭିନ୍ନ ବିଭାଗର କାର୍ଯ୍ୟାବଳିର ସମୀକ୍ଷା ପ୍ରତିବର୍ଷ ଶେଷରେ କରୁଥିଲେ।

କିନ୍ତୁ ଏଥର ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ର-ଟିମ୍‌ଓ୍ଵାର୍କ, ଟ୍ରାନ୍ସପରେନ୍ସିି ଏବଂ ଟେକ୍ନୋଲଜି-ସହିତ ଦ୍ରୁତ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ୍‌) ନିମନ୍ତେ ପଞ୍ଚମ ପରିମାପକ ଭାବେ ସମୟ (ଟାଇମ୍‌)କୁ ଯୋଡ଼ି ତା’ ଉପରେ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe