ଭିଡିଓ କନଫରେନ୍ସିଂରେ ମନ୍ତ୍ରୀଙ୍କ ପୁଅ ହାଜର

Advertisment

୨୯ରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଜିରା, ନଭେମ୍ବର ୮ରେ ସ୍ବତନ୍ତ୍ର ବିଚାରପତି ଅଦାଲତରେ ପରବର୍ତ୍ତୀ ହାଜିରା

୨୯ରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଜିରା, ନଭେମ୍ବର ୮ରେ ସ୍ବତନ୍ତ୍ର ବିଚାରପତି ଅଦାଲତରେ ପରବର୍ତ୍ତୀ ହାଜିରା

ଭିଡିଓ କନଫରେନ୍ସିଂରେ ମନ୍ତ୍ରୀଙ୍କ ପୁଅ ହାଜର

କେନ୍ଦୁଝର : ଗିରଫ ହୋଇ କେନ୍ଦୁଝର ଜେଲ୍‌ ବିଚାର ବିଭାଗୀୟ ହାଜତରେ ଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦୁଝର ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। ଆସନ୍ତା ନଭେମ୍ବର ୮ ତାରିଖରେ ଶ୍ରୀ ପାତ୍ର ପୁଣି ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର ହେବେ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଆନନ୍ଦପୁର ପୌର ଉପାଧୢକ୍ଷ ସୁରେଶ ସାହୁଙ୍କ ଆକ୍ରମଣ ମାମଲାରେ ମଧୢ ସେ ଆସନ୍ତା ୨୯ ତାରିଖରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଜର ହେବେ।

ଉଲ୍ଲେଖଯୋଗ୍ୟ ଯେ ଘସିପୁରା ଥାନାରେ କେସ୍‌ ନ˚-୧୮୪/୧୮(ସେପ୍ଟମ୍ବର ୧୧)ରେ ଦେବାଶିଷ ପାତ୍ରଙ୍କ ନାମରେ ଦଙ୍ଗା, ମାରଣାସ୍ତ୍ର ଦେଖାଇ ଦଙ୍ଗା, ହତ୍ୟା ଉଦ୍ୟମ, ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ, ଜାତିଆଣ ମନ୍ତବ୍ୟ ଭଳି ଦଫା ଲାଗିଛି। ସେହି ଘସିପୁରା ଥାନାରେ ସେପ୍ଟମ୍ବର ୬ ତାରିଖରେ କେସ୍‌ ନମ୍ବର ୧୮୧/୧୮ରେ ମଧୢ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ରାମଚନ୍ଦ୍ରପୁର ଥାନାରେ ମେ ୨୪ ତାରିଖରେ କେସ୍‌ ନ˚-୮୦/୧୮ ଏବ˚ ସେହି ରାମଚନ୍ଦ୍ରପୁର ଥାନାରେ ସେପ୍ଟେମ୍ବର ୧୮ ତାରିଖରେ କେସ୍‌ ୧୩୮/୧୮ ରେ ଦେବାଶିଷଙ୍କ ନାମରେ ରୁଜୁ ହୋଇଛି। ଗତ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ ଘସିପୁରା ପୁଲିସ ଟାଙ୍ଗି ନିକଟରୁ ଗିରଫ କରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ତାଙ୍କୁ କେନ୍ଦୁଝର ଟାଉନ ଥାନାକୁ ଅଣାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ୍‌ ଆଗ୍ରାହ୍ୟ ହେବାରୁ ତାଙ୍କୁ ୨୦ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସେ ପ୍ରିଜନ୍‌ ପିଟିସନ ଦାଖଲ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଥିଲା। ଓକିଲଙ୍କ ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ କାରଣରୁ ତାଙ୍କ ଜାମିନ ଶୁଣାଣି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe