ଏଣିକି ୬-ଟି ମନ୍ତ୍ରରେ କାମ କରିବେ ମନ୍ତ୍ରୀ

ଜିଲ୍ଲା ଓ ବ୍ଲକ୍‌କୁ ନିୟମିତ ଗସ୍ତ କରିବେ, କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଲୋକସେବାରେ ନବୀନଙ୍କ ୨୫ବର୍ଷ ପୂର୍ତ୍ତି: ଆଜି ନବୀନ ପାଇବେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

Telegraph India

ଭୁବ‌େନଶ୍ବର : ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରବିବାର ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରାୟ ୪୦ମିନିଟ ଧରି ଆଲୋଚନା କରିବା ସହ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଗୁରୁମନ୍ତ୍ର ଦେଇଛନ୍ତି। ସମସ୍ତ ମନ୍ତ୍ରୀ ଏଣିକି ୬-ଟି ମନ୍ତ୍ର ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ବରୁ ୫-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫର୍ମେସନ୍‌ ମନ୍ତ୍ରରେ କାମ କରିବାକୁ କୁହାଯାଉଥିବାବେଳେ ଏଥିରେ ଆଜି ଆଉ ଏକ ଟି ଅର୍ଥାତ୍ ‘ଟୁର୍‌’ ଯୋଡ଼ି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରୀମାନେ ଏଣିକି ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବେ। ଏଥିପାଇଁ ଜିଲ୍ଲା ଓ ବ୍ଲକସ୍ତରକୁ ନିୟମିତ ଗସ୍ତ (ଟୁର୍‌) କରିବେ। ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଏହାର ସମାଧାନ କରିବା ନେଇ ପଦକ୍ଷେପ ନେବେ। ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଶତ ପ୍ରତିଶତ ପୂରା କରିବେ। ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନବୀନ ନିବାସରେ ପ୍ରାୟ ଅଧ ଘଣ୍ଟା ଧରି ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe