ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ କହୁଛି: କଂଗ୍ରେସ

Advertisment
ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ଦେଶରେ ସବୁଠୁ କମ୍: କଂଗ୍ରେସ

www.odishabytes.com

ଭୁବନେଶ୍ବର : ବିଜେଡି ସରକାର ଶପଥ ଗ୍ରହଣ ପରେ ମେ’ ୨୭ତାରିଖରେ ବସିଥିବା ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ମନ୍ତ୍ରୀ ମାସର ୭ତାରିଖ ସୁଦ୍ଧା ନିଜ ବିଭାଗର କାର୍ଯ୍ୟକାରିତା ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବା ସହ ପ୍ରଦର୍ଶନ ଅନୁଯାୟୀ ମନ୍ତ୍ରୀମାନଙ୍କୁ ମାର୍କ ଦେବେ। ହେଲେ ଏସବୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଥିଲା ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମେ ୨୭ରୁ ଏଯାବତ୍ କେଉଁ କେଉଁ ବିଭାଗର ମନ୍ତ୍ରୀମାନେ କେତୋଟି ରିପୋର୍ଟ ଦେଇଛନ୍ତି ଓ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ତା’ର ତଥ୍ୟ ସୂଚନା ଅଧିକାରରେ ମଗାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତ୍ତର ଦେଇଥିଲା ଯେ, କୌଣସି ରିପୋର୍ଟ କୌଣସି ମନ୍ତ୍ରୀଙ୍କଠାରୁ ଆସିନାହିଁ। ହେଲେ ରାଜ୍ୟ ସରକାରଙ୍କ କ୍ୟାବିନେଟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତ୍ୟେକ ମାସ‌ର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରି ଆସୁଛନ୍ତି। ଯାହାର ପ୍ରମାଣ ଶ୍ରୀ ନାୟକ ଦେଖାଇଥିଲେ। ଯୋଗାଣ ମନ୍ତ୍ରୀ ରିପୋର୍ଟ କାର୍ଡ ଦେଉଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି କୌଣସି ମନ୍ତ୍ରୀ ରିପୋର୍ଟ କାର୍ଡ ଦେଉନାହାନ୍ତି ବୋଲି କହିଲା ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ଜିନେଶ ଦାସ, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe