ବେକରେ ରଶି ଲଗାଇ ଝୁଲିପଡ଼ିଲା ନାବାଳକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କଣ୍ଟାବାଞ୍ଜି/ତୁରେକେଲା, ୨୯ା‌୧୨ (ଇମିସ): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ଡ଼କଲା ଗାଁର ଜଣେ ନାବାଳକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗାଁର ଅରୁଣ ମାଝୀଙ୍କ ପୁଅ ଦିନେଶ ମାଝୀ। ଦିନେଶ ବେକରେ ରଶି ଲଗାଇ ଗୁରୁବାର ରାତିରେ ନିଜ ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକ ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଦିନେଶର ମାନସିକ ସ୍ଥିତି ଠିକ ନଥିବାରୁ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ୍ ଶବ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଭାନୁ ଯାଦବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe