ବ୍ଲାଷ୍ଟିଂ ପଥର ବାଜି ବାଳକ ମୃତ, କ୍ଷତିପୂରଣ ଦାବି

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଦାମନଯୋଡ଼ି: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଧୀନସ୍ଥ ମରିଚମାଳ ଗାଁର ରୀତେଶ ମାଝୀ (୧୪) ର କୁଆଁରୀ ହେଉଥିବା ବ୍ଲାଷ୍ଟିଂ ପଥର ବାଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ, ମରିଚମାଳ ର ରିତେଶ ନିଜ ସମ୍ପର୍କୀୟ ଭାଇ ସହ ଅପରାହ୍ନ ୪ଟା ବେଳେ ଗାଁ ନିକଟ ନଦୀକୁ ଯାଇଥିଲା ଓ ଦୁହେଁ ବ୍ରିଜ ଉପରେ ଠିଆ ହୋଇଥିବା ସମୟରେ ନିକଟରେ ଥିବା କୁୱାରିରେ ବ୍ଲାଷ୍ଟିଂ ହୋଇଥିଲା। ସେହିଠାରୁ ଏକ ପଥର ଛିଟିକି ଆସି ରିତେଶର ବାମ ପାଖ ମୁଣ୍ଡରେ ଖୁବ୍ ଜୋରରେ ବାଜିଥିଲା। ରିତେଶ ସେହିଠାରେ ହିଁ ଟଳି ପଡ଼ିଥିବା ସମ୍ପର୍କୀୟ ଭାଇ ପ୍ରିତମ ଖରା କହିଛନ୍ତି।

ତୁରନ୍ତ ରିତେଶଙ୍କୁ କୁଆରୀ ମାଲିକ ସୁଧାକର ଶ୍ରିହରିଆ ନିଜ ଗାଡ଼ିରେ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ରୀତେଶର ମୃତ୍ୟୁ ହୋଇଯାଇଥିବା ସୂଚନା ପାଇ ସୁଧାକର ତୁରନ୍ତ ସେଠାରୁ ଚଂପଟ ମାରିଥିଲେ। ତେବେ ସେମିଳିଗୁଡ଼ା ଥାନାରେ ଥିବା ପ୍ରୋବେସନରେ ଥିବା ଆଇଆଇସି ପାର୍ଥ କଶ୍ୟପଙ୍କ ନେତୃତ୍ବରେ ସେମିଳିଗୁଡ଼ା ଓ ଦାମନଯୋଡ଼ି ଥାନା ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମବାସୀ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଛନ୍ତି। ରାସ୍ତାକଡ଼ରେ ଥିବା ସେହି କୁଆରିଟି ଅବୈଧ ବୋଲି କହିଛନ୍ତି ଓ ତାହାକୁ ତୁରନ୍ତ ବନ୍ଦ୍ କରାଯାଉ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe