ଘର ଭିତରେ ପାଠ ପଢୁଥିଲା ନାବାଳକ, ଅଜଣା ଯୁବକର ଛୁରାମାଡ଼ରେ ମୃତ

କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପୁଲିସର ଛାନଭିନ୍

ଘର ଭିତରେ ପାଠ ପଢୁଥିଲା ନାବାଳକ, ଅଜଣା ଯୁବକର ଛୁରାମାଡ଼ରେ ମୃତ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଦିନ ଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଲୁଟ୍, ଛିନତାଇ, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟାଇବାରେ ଅପରାଧୀମାନେ ପଛଘୁଞ୍ଚା ଦେଉନାହାନ୍ତି। ଅପରାଧକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଜଣେ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟସିଂଙ୍କ ପୁଅ ଶୁଭମ ପାଲଟସିଂ। ସେ ନବମ ଶ୍ରେଣୀର ଛାତ୍ର। ତେବେ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ହତ୍ୟାକାରୀର ପତା ପାଇନି ପୁଲିସ।

ଘଟଣାନୁଯାୟୀ, ବୁଧବାର ସଂଧ୍ୟା ପ୍ରାୟ ୫ଟା ବେଳେ ଶୁଭମ ଘରେ ପଢୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇଥିଲା। କବାଟ ଖୋଲିବାରୁ ହଠାତ୍ ଦୁର୍ବୃତ୍ତ ଜଣଙ୍କ ଜବରଦସ୍ତ ଘରେ ପଶି ଏକ ଛୁରୀରେ ନାବାଳକର ପେଟ, ବେକ ଓ ଛାତିକୁ ଆକ୍ରମଣ କରିଥିଲା। ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଥିଲେ। ମନୋଜ ତଳେ ପଡ଼ି ଛଟପଟ୍ ହେଉଥିବା ଦେଖି ହୋ ହାଲା କରିଥିଲେ। ଏହି ସମୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକେ ନାବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe