The Statesman
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା​ ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମରେ ବଜ୍ରପାତରେ ଡଙ୍ଗରିପଡ଼ାର ଭାସ୍କରରାମ ଧଙ୍ଗଡ଼ାମାଝୀଙ୍କ ପୁଅ ଟଙ୍କଧର ଧଙ୍ଗଡ଼ାମାଝୀ (୧୪)ର ମୃତ୍ୟୁ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ଟଙ୍କଧର ସାଙ୍ଗମାନଙ୍କ ସହ ବୁଲାବୁଲି କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Follow Us