କାଳ ହେଲା ମିଛିମିଛିକା ଆତ୍ମହତ୍ୟା ଅଭିନୟ : ଟିକ୍‌ଟକ୍ ନେଲା ନାବାଳକଙ୍କ ଜୀବନ

Advertisment
ଝିଅ ବିକ୍ରିର ହୃଦୟବିଦାରକ ଅନ୍ତ : ଉଜୁଡ଼ିଗଲା ପୂରା ପରିବାର

image source-indiatoday

ନୟାଗଡ଼ : ଲକ୍‌ଡାଉନ୍‌ ଯୋଗୁଁ ଅନେକେ ଫେସ୍‌ବୁକ୍, ହ୍ବାଟସ୍ଆପ୍, ଟିକ୍‌ଟକ୍ ଆଦିରେ ସମୟ କାଟୁଛନ୍ତି। ଏଭଳି ସ୍ଥିତିରେ ନୟାଗଡ଼ରେ ଜଣେ ଟିକ୍‌ଟକ୍ ୟୁଜର୍‌ ନାବାଳକ ପ୍ରେମାନନ୍ଦ ସାହୁ (୧୬)ଙ୍କ ପ୍ରାଣ ଚାଲି ଯାଇଛି। ନୟାଗଡ଼ ଟାଉନ ଥାନା ଅଧୀନ ଡିଆର୍‌ଡିଏ ରୋଡ୍‌ ଅଞ୍ଚଳର ବାସିନ୍ଦା ଆନନ୍ଦ ସାହୁଙ୍କ ସାନ ପୁଅ ପ୍ରେମାନନ୍ଦ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଲକ୍‌ଡାଉନ୍ କଟକଣାରେ ଘରେ ବସି ବିରକ୍ତି ହେଉଥିବାରୁ ଘର ପାଖରୁ ଦୁଇ କିମି ଦୂର ଅରବିନ୍ଦ ନଗରସ୍ଥିତ ନିଜ ସମ୍ପର୍କୀୟ ଖଗେଶ୍ବର ବାଣ୍ଠଙ୍କ ଘରକୁ ଦୁଇ ଦିନ ହେବ ଯାଇଥିଲେ। ସେଠାରେ ରହିବା ସହ ସେ ଶ୍ରୀ ବାଣ୍ଠଙ୍କ ଝିଅ ତଥା ସମ୍ପର୍କୀୟ ଭଉଣୀ ଲକ୍ଷ୍ମୀପ୍ରିୟାଙ୍କ ମୋବାଇଲ୍‌ରେ ଟିକ୍‌ଟକ୍ ଭିଡିଓ ସୁଟିଂ କରୁଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ଶ୍ରୀ ବାଣ୍ଠଙ୍କ ଘର ଭିତରପଟୁ କବାଟ ଦେଇ ସେ ଭିଡିଓ ପ୍ରସ୍ତୁତ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସି ନଥିଲେ। କବାଟ ଫାଙ୍କରେ ପ୍ରେମାନନ୍ଦ ମୋବାଇଲ୍‌ ରଖି ଭିଡିଓ କରୁଥିଲେ। ପରେ ଲକ୍ଷ୍ମୀପ୍ରିୟା ଯାଇ ମୋବାଇଲ୍‌ ନେଇ ଆସିବାରୁ ପ୍ରେମାନନ୍ଦ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଯାହା ଲକ୍ଷ୍ମୀପ୍ରିୟାଙ୍କ ସନ୍ଦେହ ବଢ଼ାଇଥିଲା। ଏହା ପରେ ଝରକା ପଟେ ଦେଖିବା ପରେ ପ୍ରେମାନନ୍ଦ ଫ୍ୟାନ୍‌ରେ ଏକ ଲୁଗା ଲଗାଇ ଓହଳି ପଡ଼ିଥିବା ଦେଖାଯାଇଥିଲା। ପ୍ରେମାନନ୍ଦ ମିଛିମିଛିକା ଆତ୍ମହତ୍ୟାର ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତ କରିବାକୁ ଯାଇ କିଭଳି ନିୟନ୍ତ୍ରଣ ହରାଇ ଫ୍ୟାନ୍‌ରେ ଝୁଲି ଯାଇଛନ୍ତି, ତା’ର ସଂପୂର୍ଣ୍ଣ ରେକର୍ଡିଂ ମଧ୍ୟ ଉକ୍ତ ମୋବାଇଲ୍‌‌‌‌ରେ ରହିଛି। ଏଭଳି ସ୍ଥିତି ଦେଖି ଶ୍ରୀ ବାଣ୍ଠଙ୍କ ପରିବାର ଟାଉନ ଥାନା ପୁଲିସକୁ ଖବର ଦେବା ସହ ପ୍ରେମାନନ୍ଦଙ୍କ ପରିବାରକୁ ଖବର ଦେଇଥିଲେ। ଟାଉନ ଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଲ ଓ ମୃତ ନାବାଳକଙ୍କ ପରିବାରର ଉପସ୍ଥିତିରେ ଝରକା ତଡ଼ା ଯାଇ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ, ପୁଲିସ ନିଜ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଏସ୍ଆଇ ଶ୍ରୀ ଶିଆଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe