ଟ୍ୟୁସନ୍‌ରୁ ଫେରିବା ବେଳେ ନାବାଳକକୁ ଅପହରଣ! ପୁଲିସର ତଦନ୍ତ ଆରମ୍ଭ

ବାପା କାଖରୁ ଶିଶୁପୁତ୍ରକୁ ଛଡ଼ାଇନେବା ଘଟଣା: ବାପା ରଚିଥିଲା ପୁଅ ଅପହରଣ ନାଟକ

Latestly

ଓଡ଼ଗାଁ : ଗତକାଲି ରାତିଠାରୁ ଟ୍ୟୁସନ୍‌ ସାରି ଆଉ ଘରକୁ ଫେରିନାହାନ୍ତି ଜଣେ ନାବାଳକ। ଘରଠାରୁ ୫୦ ମିଟର ଦୂରରେ ଥିବା ଏକ ବାଉଁଶ ବୁଦା ଭିତରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଥିବାରୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏହି ନାବାଳକ ହେଲେ, କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷର ପୁଅ ଅମ୍ରିତ କୁମାର। ଅମ୍ରିତ ସପ୍ତମଶ୍ରେଣୀରେ ପାଠ ପଢ଼ୁଛନ୍ତି। ଗତକାଲି ସନ୍ଧ୍ୟାରେ ପ୍ରତିଦିନ ଭଳି ଟ୍ୟୁସନ୍‌କୁ ଯାଇଥିଲେ। କିନ୍ତୁ, ଟ୍ୟୁସନରୁ ଆଉ ଘରକୁ ଫେରିନଥିଲା। ଟ୍ୟୁସନ୍‌ ଶିକ୍ଷକ ପ୍ରିୟଦର୍ଶନ ପ୍ରଧାନଙ୍କୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଅମ୍ରିତା ଯୋଗାଯୋଗ କରିବାରୁ ପଢ଼ାପରେ ସେ ଚାଲିଯାଇଥିବା କହିଥିଲେ। ଏହାଶୁଣି ଉଭୟ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଖୋଜାଖୋଜି କରିବାରୁ ଏକ ବାଉଁଶବୁଦା ମୂଳରୁ ସାଇକଲ୍‌ ମିଳିଥିଲା। କେହି ତାଙ୍କୁ ଅପହରଣ କରି ସାଇକେଲ୍‌ ଫିଙ୍ଗିଦେଇ ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅମ୍ରିତ ଫେରୁଥିବା ବେଳେ ଏକ ଡାଲା ପିକ୍ଅପ୍ ଗାଡ଼ି ଠିଆ ହୋଇଥିଲା। ସେହି ଗାଡ଼ି ୩ରୁ ୪ଦିନ ହେବ ସେହି ସ୍ଥାନରେ ଆସି ରହୁଥିଲା। ଅମ୍ରିତା ଗାଏବ ହୋଇଯିବା ପଛରେ ହୁଏତ ଏମାନଙ୍କର ହାତ ଥାଇପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଅମ୍ରିତାଙ୍କ ବାପା ବ୍ୟବସାୟୀ ହୋଇଥିବାରୁ କେହି ଅର୍ଥ ପାଇଁ ଅପହରଣ ଏପରି କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ଏ ସମ୍ପର୍କରେ ଖବର ପାଇ ପୁଲିସ ସିସିଟିଭି ଯାଞ୍ଚ୍‌ କରିବା ସହିତ ତଦନ୍ତ କରିଛି। ଖୁବ୍‌ଶୀଘ୍ର ଅମ୍ରିତ ମିଳିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।

ଅନ୍ୟପକ୍ଷରେ, ତାଙ୍କର ପୁଲିସ ଉପରେ ଭରସା ରହିଛି ଏବଂ ପୁଅକୁ ଖୋଜିବାରେ ପୁଲିସ ଆମକୁ ସାହାଯ୍ୟ କରିବ ‌ବୋଲି ହରପ୍ରିୟା କହିଛନ୍ତି । ଗତକାଲିଠାରୁ ପୁଅର ଫେରିବା ବାଟକୁ ଚାହିଁ ରହିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe