ନଦୀକୁ ଡେଇଁ ନାବାଳକ ନିଖୋଜ, ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ର ଉଦ୍ୟମ ଜାରି

ନଦୀକୁ ଡେଇଁ ନାବାଳକ ନିଖୋଜ, ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ର ଉଦ୍ୟମ ଜାରି

ଜଗତସିଂହପୁର: ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ରଖି ଜଣେ ନାବାଳକ ନଦୀ ନଦୀକୁ ଡେଇଁ ନିଖୋଜ ଅଛି। ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ନିକଟସ୍ଥ କାଉଡ଼ିଆ ନଦୀରେ ଆଜି ଅପରାହ୍‌ଣରେ ଏଭଳି ଏକ ଘଟଣା ଘଟିଛି। ନାବାଳର ଘର ଲକପଡ଼ାରେ ହୋଇଥିବା ବେଳେ ତାର ନାମ ତ୍ରିଲୋଚନ ଲେଙ୍କା (୧୬)।

ସୂଚନା ଅନୁସାରେ ଆଜି ସକାଲେ ତ୍ରିଲୋଚନ ନଦୀକୁ ଡେଇଁ ପଡ଼ିଥିଲା। ପୋଲରେ କାମ କରୁଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ଜବତ କରିଥିବା ବେଳେ ଓଡ୍ରାଫ ଟିମ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ତେବେ ନାବାଳକ ଜଣକ ନଦୀକୁ ଡେଇଁବାର କାରଣ କ’ଣ ସ୍ପଷ୍ଟ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe