ପାହାଡ଼‌ ଉପରେ ପଥରରେ ଛେଚି ହତ୍ୟା ଘଟଣା: ସାମାନ୍ୟ ବଚସାରୁ ମାରିଥିଲା ନାବାଳକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାଉରକେଲା: ଗୋପବନ୍ଧୁପାଲି ବୈଷ୍ଣୋଦେବୀ ପାହାଡ଼ ଉପରେ ପଥରରେ ଛେଚି ଭୋଳା ପଣ୍ଡାଙ୍କ ବିଭତ୍ସ ହତ୍ୟା ଘଟଣାରୁ ଆଜି ପ୍ଲାଣ୍ଟ୍‌ସାଇଟ ପୁଲିସ ପରଦା ଉଠାଇଛି। ହତ୍ୟାକାରୀ ହେଉଛି ସ୍ଥାନୀୟ ଗୋପବନ୍ଧୁପାଲିର ଜଣେ ନାବାଳକ(୧୭)। ଅଭିଯୁକ୍ତକୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ନାବାଳକକୁ ବାଳସୁଧାରଗୃହକୁ ପଠାଇଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଛାଡ଼ଖଣ୍ଡ ସିମଡେଗା ବିରୁ ଗାଁର ଯୁବକ ଭୋଳା ପଣ୍ଡା(୩୯) ରାଉରକେଲାରେ ରହି ଦିନ ମଜୁରିଆଭାବେ କାମ କରୁଥିଲେ। ଗତ ୪ ବର୍ଷ ହେଲା ସେ ରାଉରକେଲାରେ ରହୁଥିଲା। ଏହି ସମୟରେ ମୃତକ ଓ ଅଭିଯୁକ୍ତ ଭଲ ସାଙ୍ଗ ହୋଇଯାଇଥିଲେ। ଗତ ୩ ତାରିଖର ଘଟଣା। ସକାଳେ ଉଭୟେ ବୈଷ୍ଣୋଦେବୀ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ। ସେମାନେ ପାହାଡ଼ ଉପରେ ବେଶ୍‌ କିଛି ସମୟଧରି ବୁଲାବୁଲି କରିଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା‌। ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାରୁ ଯୁକ୍ତିତର୍କ ହୋଇଥିଲା। ପରେ କୁଆଡ଼େ ଭୋଳା ଏକ ମୁଥ ମାରିଥିଲେ। ଏଥିରେ ଉତ୍ତ୍ୟକ୍ତହୋଇ ନାବାଳକ ଏକ ପଥରରେ ଭୋଳାଙ୍କ ମୁଣ୍ଡରେ ଆକ୍ରମଣ କରିବାରୁ ସେ ତଳେ ପଡ଼ିଯାଇଥିଲେ।
ଏହାପରେ ମଧ୍ୟ ନାବାଳକଙ୍କ ରାଗ ଶାନ୍ତ ହୋଇନଥିଲା। ସେ କୁଆଡ଼େ ବାରମ୍ବାର ପଥରରେ ମୁଣ୍ଡକୁ ଛେଚିଥିଲା। ପରେ ଭୋଳା ବେହୋସ ହୋଇଯିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା। ଏହି ହତ୍ୟା ଘଟଣା ପ୍ଲାଣ୍ଟସାଇଟ୍‌ ପୁଲିସକୁ ରାତି ଅନିଦ୍ରା କରିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ଗଠନକରି ବିଭିନ୍ନ ଅଞ୍ଚଳରେ ଛାନ୍‌ଭିନ କରିଥିଲେ। ପରେ ଗୋପବନ୍ଧୁପାଲିରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ଘଟଣା ଦିନ ଉଭୟେ ସାଙ୍ଗ ହୋଇ ପାହାଡ଼ ଆଡ଼କୁ ଯାଉଥିବା ଫୁଟେଜ୍‌ରୁ ସ୍ପଷ୍ଟ ହେବାପରେ ପୁଲିସ ଅଭିଯୁକ୍ତକୁ ପଚରାଉଚରା କରିଥିଲା। ପରେ ନାବାଳକ ଅଭିଯୋଗକୁ ମାନିନେଇଥିବା ପୁଲିସ ସୂଚନାରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe