ମାଆ‌ଠାରୁ ପୁଅକୁ ଦୂରେଇ ଦେଲା ସ୍ମାର୍ଟଫୋନ୍‌ : ଦେହରେ ନିଆଁ ଲଗାଇ ନାବାଳକଙ୍କ ଆତ୍ମହତ୍ୟା

ମାଆ‌ଠାରୁ ପୁଅକୁ ଦୂରେଇ ଦେଲା ସ୍ମାର୍ଟଫୋନ୍‌ : ଦେହରେ ନିଆଁ ଲଗାଇ ନାବାଳକଙ୍କ ଆତ୍ମହତ୍ୟା

ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ କୁରୁଣ୍ଟା ଗ୍ରାମର ଜଣେ ନାବାଳକ ନିଜର ଅଚଳ ସ୍ମାର୍ଟଫୋନ୍‌ ସଜାଡ଼ିବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା। ହେଲେ ଟଙ୍କା ନ ମିଳିବାରୁ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି।କୁରୁଣ୍ଟା ଗ୍ରାମର ନବକିଶୋର ସେଠୀଙ୍କ ପୁଅ ମାନସ କୁମାର (୧୬)ଙ୍କ ଏକ ସ୍ମାର୍ଟଫୋନ୍‌ ଥିଲା। କିନ୍ତୁ ଏହା ଖରାପ ହୋଇଯିବାରୁ ସେ ‌ତାକୁ ସଜାଡ଼ିବା ପାଇଁ ଗତ ୨୫ ତାରିଖ ଦିନ ମାଆ ଯଶୋଦାଙ୍କୁ ଟଙ୍କା ମାଗିଥିଲା। ହେଲେ ଟଙ୍କା ଦେବା ପାଇଁ ମାଆ ମନା କରି‌ଦେବା ସହ ରାଗରେ ମୋବାଇଲ୍‌ଟିକୁ ଜଳୁଥିବା ଚୁଲି ନିଆଁକୁ ଫିଙ୍ଗିଦେଇଥିଲେ। ପରେ କେହି କିଛି ବୁଝିବା ଆଗରୁ ସେ ନିକଟରେ ଥିବା କିରୋସିନ୍‌ ଆଣି ନିଜ ଦେହରେ ଢାଳିଦେବା ସହ ନିଆଁ ଲଗାଇ ଦେଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଂଗେ ସଂଗେ ମାର୍କୋଣା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ମାନସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନା ଏବଂ ପରେ କଟକ ବଡ଼ଡ଼ାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe