ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

ଗାଧୁଆ ଘରେ ଟ୍ୟାପ୍‌ ବାଜି ଶିଶୁକନ୍ୟା ମୃତ, ନଦୀରେ ବୁଡ଼ିଗଲା ୬ ବର୍ଷୀୟ ଝିଅ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ପାଡ଼େପଦର ପଞ୍ଚାୟତ ଦୁରେସପଦର ଗାଁରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଗାଁର ଦୁଇଜଣ ନାବାଳକ ପ୍ରାଣ ହରାଇଛନ୍ତି। ମୃତକ ଦ୍ବୟ ହେଲେ ସୁରେଶ ନାଏକଙ୍କ ପୁଅ ଅସମାନ୍ ନାଏକ (୬ବର୍ଷ) ଏବଂ ଈଶ୍ୱର ନାଏକଙ୍କ ନାବାଳକ ପୁଅ ଶାନ୍ତନୁ ନାଏକ (୬ବର୍ଷ)।

କେତେବେଳେ ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସକୁ ଖବର ଦିଆଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ଓ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ଆଣିବାକୁ ଶବବାହକ ଗାଡ଼ିର ବ୍ୟବସ୍ଥା ମଧ୍ୟ ହେଇପାରି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe