Reportodisha.com
ବ୍ରହ୍ମପୁର : ବିସ୍କୁଟ୍ କିଣିବା ପାଇଁ ୫ଟଙ୍କା ମାଗିବାରୁ ଜଣେ ୮-୯ବର୍ଷର ନାବାଳିକାକୁ ସାବତମା’ ଗରମ ଚେଙ୍କ ଦେଇଛନ୍ତି। ରୋଷେଇ କରୁଥିବା ଗରମ ପିଠାପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍କି ଦେଇଛନ୍ତି। ଏହି ଘଟଣା ଆଜି ଜଣାପଡ଼ିବା ପରେ ପୁଲିସ୍ ମହିଳାଙ୍କୁ ଅଟକ ରଖି ପଚରାଉରା କରୁଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ଏହି ଘଟଣା ଘଟିଥିଲା। ବିସ୍କୁଟ୍ ଖାଇବା ପାଇଁ ୫ଟଙ୍କା ମାଗିବାରୁ ନାବାଳିକାକୁ ଚେଙ୍କ ଦେଇଥିଲେ ସାବତମା’। ଫଳରେ, ଦେହରେ ଘାଆ ହୋଇଯାଇଥିଲା। ଆଜି ଘାଆରେ ପାଉଡର ଲଗାଇ ନାବାଳିକାକୁ ଟ୍ୟୁସନ୍ ଛାଡ଼ିଥିଲା। ସେଠାରେ ଟ୍ୟୁସନ୍ ସାର୍ ପଚାରିବାରୁ ଝିଅଟି ସବୁକଥା କହିଥିଲା। ଖବର ପାଇ ବଡ଼ବଜାର ଥାନା ପୁଲିସ ସେଠାରେ ପହଁଚିଥିଲା। ଝିଅକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତ ସାବତ ମା’ ଜାନକୀ ମହାରଣାଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି।
Follow Us