VectorStock
ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଜଣେ ୧୫ ବର୍ଷର ନାବାଳକ ଗତକାଲି ଆତ୍ମହତ୍ୟା କରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।
ପୁଲିସର ସୂଚନା ଅନୁଯାୟୀ, ଉକ୍ତ ବସ୍ତିର କଳାକର ନାଏକଙ୍କ ନାବାଳକ ପୁଅ ନୂଆ ମୋବାଇଲ ଫୋନ୍ କିଣିବା ପାଇଁ ଜିଦ ଧରିଥିଲେ। କଳାକର ମନା କରିବାରୁ ଗତକାଲି ଘରେ ଏକ ଗାମୁଛାରେ ନାବାଳକ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୪୭/୨୦ ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି
Follow Us