new indian express
ଅନୁଗୁଳ : ଝାଡ଼ାବାନ୍ତିରେ ଆକ୍ରାନ୍ତ ଜଣେ ନାବାଳିକାକୁ ଡାକ୍ତରଖାନା ନ ନେଇ ପରିବାର ଲୋକେ ପ୍ରଥମେ ଗୁଣିଆ ପାଖକୁ ନେଇଥିଲେ। ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ ପରେ ଡାକ୍ତରଖାନା ଆଣିଥିଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଆଉ ଡାକ୍ତରଖାନାରେ ନାବାଳିକାକୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ଧବିଶ୍ବାସ ପାଇଁ ଆଜି ଏମିତି ଜଣେ ନାବାଳିକାର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାହାଲୁଣ୍ଡାର କାଳିଆ ସାହୁଙ୍କ ଝିଅ ପିଙ୍କି(୩ବର୍ଷ)ର ଗତକାଲି ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନା ନେବା ବଦଳରେ ଝଡ଼ାଫୁଙ୍କା କରିଥିଲେ। ଏଥିରେ ଶିଶୁର ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡ଼ି ଯାଇଥିଲା। ଆଜି ସକାଳେ ତାକୁ ଅନୁଗୁଳ ଡାକ୍ତରଖାନା ଅଣାଯାଇଥିଲାବେଳେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
Follow Us