Shutterstock
ସୁକିନ୍ଦା: ସୁକିନ୍ଦା ଥାନା ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ରଙ୍ଗିଟାଙ୍ଗର ଗ୍ରାମର ଅମୂଲ୍ୟ ନାୟକଙ୍କ ସାନପୁଅ ଟୁଲୁ(୧୪) ମାଛ ଧରିବାକୁ ନିକଟସ୍ଥ ନାଳକୁ ଯାଇଥିଲେ। ଅପରାହ୍ଣରେ ବଜ୍ରପାତ ହୋଇଥିଲା।
ନାଳ ନିକଟରେ କୌଣସି ଆଶ୍ରୟସ୍ଥଳ ନଥିବାରୁ ଟୁଲୁ ଏକ ଖୋଲା ପଡ଼ିଆରେ ଠିଆ ହୋଇଥିଲେ। ସେଠାରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ନିକଟରେ ଥିବା କିଛିଲୋକ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁକିନ୍ଦା ଆରଆଇ ବାଇଧର ଯତି ଓ ପୁଲିସ ଅଧିକାରୀ ପହଞ୍ଚି ଅନୁସନ୍ଧାନ କରିଥିଲେ। ଆସନ୍ତାକାଲି ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ।
Follow Us