ଆମ୍ବ ତୋଳିବା ବେଳେ ଗଛରୁ ପଡ଼ି ନାବାଳକ ମୃତ

Advertisment
ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ସଦର ଥାନା ଅନ୍ତର୍ଗତ ସାରସମାଲରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆମ୍ବ ତୋଳିବାକୁ ଗଛକୁ ଚଢ଼ିଥିବା ଜଣେ ନାବାଳକ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସାରସମାଲର ବୃନ୍ଦାବନ ମୁଣ୍ଡା(୧୭)। ସୂଚନା ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଗୁରୁବାର ଦିନ ପ୍ରାୟ ଅଢ଼େଇଟା ସମୟରେ ବୃନ୍ଦାବନ ଆମ୍ବ ତ‌ୋଳିବାକୁ ଘର ପାଖର ଏକ ଗଛକୁ ଚଢ଼ିଥିଲେ। ତେବେ ଗୋଡ଼ ଖସିଯିବାରୁ ପ୍ରାୟ ୨୫ ଫୁଟ ଉଚ୍ଚତାରୁ ସେ ତଳକୁ ଖସି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe