ପରିବାରର ୪ଜଣଙ୍କୁ ହରାଇ ଗଭୀର ମାନସିକ ଆଘାତ ପାଇଲା ନାବାଳକ: ନିଜେ ବି ହାରିଲା ଜୀବନ

Advertisment
ପରିବାରର ୪ଜଣଙ୍କୁ ହରାଇ ଗଭୀର ମାନସିକ ଆଘାତ ପାଇଲା ନାବାଳକ: ନିଜେ ବି ହାରିଲା ଜୀବନ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଭୟାଵହ ଘଟଣା ଘଟିଥିଲା। ଏହି ଘଟଣାରେ ୬ ଜଣ ଆହତ ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡ଼ୋଶୀ ମାଳତୀ ମହାଖୁଡ ନିଆଁରେ ପୋଡ଼ି ଯାଇଥିଲେ। ଉତ୍ତମ ଚିକିତ୍ସା ସକାଶେ ସେମାନଙ୍କୁ ରାଉରକେଲାର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ  ମାଳତୀ ମହାଖୁଡ, ଭାନୁମତୀ ଅଦାବରିଆ, ମହେଶ୍ୱର ଅଦାବରିଆ, ଭୈରବୀ ଅଦାବରିଆ ଙ୍କ ମୃତ୍ୟୁ ହେଇଥିଲା।

ଏହି ଘଟଣା ମାଳତୀ ମହାଖୁଡଙ୍କ ପୁଅ ଦ୍ରୋଣ ମହାଖୁଡ (୧୬) ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ସେ ଗତକାଲି ରାତିରେ ନିଜ ଘରେ ଶାଢ଼ି ଲଗେଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ  ବେଲପଡ଼ା ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବେଲପଡ଼ା ହସ୍ପିଟାଲକୁ ପଠେଇଛନ୍ତି। ଏଣେ ଘଟଣାସ୍ଥଳରେ ବେଲପଡ଼ା ତହସିଲଦାର ବନବିହାରୀ ହରପାଲ ଓ ବିଡିଓ ରାଜେଶ କୁମାର ମେହେର ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe