ବାଲି ବୋଝେଇ ଟିପର ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

Advertisment
ବାଲି ବୋଝେଇ ଟିପର ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ବାଲି ବୋଝେଇ ଟିପର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ନାବାଳକ ସନ୍ଥପୁର ଗ୍ରାମ ନିବାସୀ ଚନ୍ଦନ ବେହେରାଙ୍କ ପୁଅ ଶୁଭମ ବେହେରା (୧୩)। ସେ ସନ୍ଥପୁର ହାଇସ୍କୁଲର ୮ମ ଶ୍ରେଣୀରେ ପଢ଼ୁଥିଲେ।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର – ବଜୁରିଆ ରାସ୍ତାର ଡଉଁରି ନାଳ ପୋଲ ଠାରେ ୩୦ତାରିଖ ପୂର୍ବାହ୍ନ ୯ଟା ବେଳେ ଏକ ବାଲି ବୋଝେଇ ଟିପ୍ପର ପୋଲ ଉପରେ ଠିଆହୋଇ ଥିବା ପିଲାମାନଙ୍କୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଟିପ୍ପର ତଳେ କିଛି ପିଲା ଚାପି ହୋଇଥିବା ସୂଚନା ମିଳିଥିଲା। ଡ୍ରାଇଭରକୁ ଲୋକମାନେ ଟିପର ଭିତରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe