ପୁଣି ଦାଦନର କରୁଣ ଚିତ୍ର: ହାଇଦ୍ରାବାଦରେ ନାବାଳକର ମୃତ୍ୟୁ, ଗାଁରେ ପହଞ୍ଚିଲା ଶବ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗ୍ରାମରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଗୁରୁବାର ଗାଁରେ ଶବ ପହଞ୍ଚିବା ପରେ ଶୋକରଛାୟା ଖେଳିଯାଇଛି।

ସୂଚନାମତେ, ଗାଁର ଦୁର୍ଯୋଧନ ବିଶିଙ୍କ ପୁଅ ସୋମନାଥ (୧୪) ନବମ ଶ୍ରେଣୀରେ ପଢ଼ୁଥିଲା। ୬ ମାସ ପୂର୍ବରୁ ସୋମନାଥ ହାଇଦ୍ରାବାଦକୁ ଦାଦନ ଯାଇ ସେଠାରେ ଏକ ଘରୋଇ କମ୍ପାନିରେ କାମ କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲା। ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସୋମନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରବାର ମୃତଦେହ ହାଇଦ୍ରାବାଦରୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁ ପିପଲଝାପରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଲୋକଙ୍କ କହିବା ଅନୁସାରେ କରୋନା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ପରେ ଗ୍ରାମାଞ୍ଚଳର ବହୁ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ପରିବାର ସହ ଦାଦନ ଯାଇଥିଲେ। ହଜାର ହଜାର ଛାତ୍ରଛାତ୍ରୀ ଏବେ ବି ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ସଚେତନ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe