ଅସାବଧାନତା ହେତୁ କୂଅରେ ପଡ଼ି ନାବାଳକର ମୃତ୍ୟୁ

Advertisment
ଅସାବଧାନତା ହେତୁ କୂଅରେ ପଡ଼ି ନାବାଳକର ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ। ମୃତକ ନାବାଳକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାରାୟଣ ନାୟକଙ୍କ ୧୨ ବର୍ଷର ପୁଅ ଶୁଭମ ନାୟକ।

ସୂଚନା ଅନୁଯାୟୀ, ଶୁଭମ ଗତକାଲି ମାମୁଁଘର ସରଦେଇପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଅସାବଧାନତାରୁ କୁଅରେ ଖସିପଡ଼ିଥିଲେ। ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଶୁଭମ ପରିସ୍ରା କରିବାକୁ ଆସି ଅସାବଧାନତା ହେତୁ ପାଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ। ସେ ନ ଫେରିବାରୁ ପରିବାର ଲୋକେ ବିଳମ୍ବିତ ରାତିରେ ବହୁତ ଖୋଜାଖୋଜି କରିଥିଲେ। ମାତ୍ର ଶୁଭମଙ୍କର କୌଣସି ପତ୍ତା ପାଇ ନଥିଲେ। ପରେ କୂଅରେ ଶୁଭମ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମଙ୍କ ମୃତଦେହକୁ କୂଅରୁ ପରିବାର ଲେ‌ାକେ ଉଦ୍ଧାର କରିଥିଲେ।

publive-image

ଶୁଭମଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ନେଇ ତାଙ୍କ ନିଜ ଗାଁ ବୋଲୁଅ ଓ ମାମୁ ଘର ଗାଁ ସରଦେଇପୁରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ କାମାକ୍ଷାନଗର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe