India Today
ଖଡ଼ିଆଳ: ଖଡ଼ିଆଳ ବ୍ଲକ ଭୁଲିଆସିକୁଆ ଗ୍ରାମରେ ପାଣିରେ ବୁଡ଼ି ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳ ୯ରେ ମହେନ୍ଦ୍ର ବନଛୋରଙ୍କ ପୁଅ ନମେଶ ବନଛୋର (୧୪) ଟ୍ୟୁସନରୁ ଆସି ନିକଟରେ ଥିବା ଅର୍ଜୁନ ନଦୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ।
ନମେଶ ପାଣିରେ ବୁଡ଼ି ଅଚେତ ହୋଇଯାଇଥିବା ନେଇ ସାଙ୍ଗମାନେ ଖବରଦେବା ପରେ ପରିବାର ଲୋକେ ତୁରନ୍ତ ଖଡ଼ିଆଳ ମିଶନ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ନମେଶଙ୍କ ଅକାଳ ବିୟୋଗକୁ ନେଇ ଗାଁରେ ଶୋକରଛାୟା ଖେଳିଯାଇଛି।
Follow Us