Image Courtesy of Times of India
ଦେବଗଡ଼: ଦେବଗଡ଼ ପୌରାଞ୍ଚଳରୁ ଜଣେ ୧୩ ବର୍ଷୀୟା ନାବାଳିକା ଅପହରଣ ମାମଲାରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ସାହିଦୁଲ୍ଲ ଶେଖକୁ ମଧ୍ୟ ମୁର୍ଷିଦାବାଦରୁ ଗିରଫ କରିଛି। ନାବାଳିକାକୁ ମଧ୍ୟ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସାହିଦୁଲ୍ଲ ଦେବଗଡ଼ ପୌରାଞ୍ଚଳରେ ରାଜମିସ୍ତ୍ରି ଭାବେ କାମ କରୁଥିବା ବେଳେ ପ୍ରଲୋଭିତ କରି ଜଣେ ନାବାଳିକାକୁ ଅପହରଣ କରିନେଇ ମୁର୍ଷିଦାବାଦ ଚାଲି ଯାଇଥିଲା। ଗତ ୧୬ ତାରିଖଠାରୁ ନାବାଳିକା ନିଖୋଜ ଥିବା ନେଇ ନାବାଳିକାର ବାପା ଗତ ୧୭ ତାରିଖ ଦିନ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରି ବୁଧବାର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅପହୃତା ନାବାଳିକାକୁ ଉଦ୍ଧାର କରିଛି।
Follow Us