ନାବାଳିକାଙ୍କୁ ହତ୍ୟା କରି ବ୍ରାହ୍ମଣୀରେ ଫିଙ୍ଗିଦେଲେ, ୩ ଦିନ ପରେ ଗଳିତ ଶବ ଜବତ

ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ବ୍ରହ୍ମବରଦା : ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତର କାକୁଡ଼ିକୁଦ ଗ୍ରାମର ଜୟନ୍ତ ପତିଙ୍କ ଝିଅ ସାବିତ୍ରୀ ପତି (୧୭)ଙ୍କୁ ହତ୍ୟା କରି ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଆଜି ସକାଳେ ସାବିତ୍ରୀଙ୍କର ଗଳିତ ଶବ ଯାଜପୁର ସଦର ଥାନା ପୁଲିସ ଜବତ କରିଛି। ପ୍ରେମରେ ପ୍ରତାରଣା କରି ସାବିତ୍ରୀଙ୍କୁ ସମ୍ପୃକ୍ତ ଯୁବକ ଓ ସହଯୋଗୀମାନେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି। ଗତ ସୋମବାର ଦିନ ସାବିତ୍ରୀ ନିଖୋଜ ହୋଇଥିଲେ। ଶବ ପଚି ଯାଇଥିବାରୁ କଟକ ବଡ଼ମେଡିକାଲରେ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ନିଖୋଜ ହେବା ଦିନ ହିଁ ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି। ଗତ ସୋମବାର ସକାଳେ ସାବିତ୍ରୀ ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରି ଯାଇ ଆଉ ଫେରିନଥିଲେ। ଝିଅ ନ ଫେରିବାରୁ ଜୟନ୍ତ ସଦର ଥାନାରେ ଜଣାଇଥିଲେ। ପୁଲିସ ସେଥିପ୍ରତି ଗୁରୁତ୍ବ ଦେଇ ନ ଥିଲେ। ସେ ବାରମ୍ବାର ସଦର ଥାନାକୁ ଯାଇ ନିରାଶ ହୋଇ‌ ଫେରିଥିଲେ। ମୃତ ନାବାଳିକାର ଘରଠାରୁ ପ୍ରାୟ ୪ କିଲୋମିଟର ଦୂର ରୁଦ୍ରପୁର ପୋଲ ନିକଟ ବ୍ରାହ୍ମଣୀ ନଦୀରେ ଆଜି ଶବ ଭାସୁଥିବାର ଦେଖିବାକୁ ମିଳିଥିଲା। ଗଳିତ ଶବ ମିଳିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ସାବିତ୍ରୀଙ୍କ ସହିତ ଦେବିଲ ପଞ୍ଚାୟତ ଭୁବନପୁର ଗ୍ରାମର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ଏଥିରେ ତାହାର ହାତ ଥାଇପ‌ାରେ ବୋଲି ସନ୍ଦେହ କରାଯାଉଛି। ସାବିତ୍ରୀ ଘରୁ ପଳାଇଯିବା ରାତିରେ ତାଙ୍କ ଘର ନିକଟରେ ଜଣେ ଯୁବକ ଗାଡ଼ିରେ ବସି ବୁଲୁଥିବାର କେତେକ ଲୋକ ଦେଖିଛନ୍ତି। ଏହି ୨ଜଣ ଯୁବକ ଏବେ ସନ୍ଦେହଘେରରେ ଥିବ‌ା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe