ଏକତରଫା ପ୍ରେମ! ନାବାଳିକାକୁ ବଳପୂର୍ବକ କୀଟନାଶକ ପିଆଇଲା ଯୁବକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବଲାଙ୍ଗୀର: ଏକତରଫା ଭଲ ପାଇବାର କରୁଣ ପରିଣତି ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ବାଂଝିପାଲି ଗାଁରେ ଦେଖିବାକୁ ମିଳିଛି। ପ୍ରେମିକ ପ୍ରବର ନାବାଳିକାକୁ ବଳପୂର୍ବକ ବିଷପାନ କରାଇ ଘଟଣାସ୍ଥଳରୁ ଫେରାର ମାରିଥବା କୁହାଯାଉଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଆଗଲପୁର ଥାନା ବାଂଝିପାଲି ଗାଁରେ ଜଣେ ଯୁବକ ନାବାଳିକାର ବାପା-ମା’ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ପଶିଥିଲା। ନାବାଳିକାକୁ ସେ ବଳପୂର୍ବକ କୀଟନାଶକ ପିଆଉଥିଲା। ଏହି ସମୟରେ ମା’ ଘରକୁ ଆଚାନକ ଆସି ଯାଇଥିଲେ। ହତାଶ ପ୍ରେମିକ ନାବାଳିକାର ମା’ଙ୍କୁ ଦେଖି ଘର ଭିତରେ ପଶିଯାଇଥିଲା। ଏକ ଖଟ ତଳେ ଲୁଚିଯାଇଥିଲା। ଏହି ସମୟରେ ନାବାଳିକାକୁ ମା’ ପଚାରିଥିଲେ ଯେ, ଘର ଭିତରେ କିଏ ଲୁଚିଛି। କିନ୍ତୁ ନାବାଳିକା ଜାଣିନାହିଁ କହିଥିଲା। ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ମାରିଥିଲା।

ଝିଅର ଶରୀରରେ ବିଷକ୍ରିୟା ଥିବାରୁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାର ପ୍ରାଥମିକ ଚିକିତ୍ସା କରାଯାଇ ବଲାଙ୍ଗୀରସ୍ଥିତ ଭୀମଭୋଇ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ମା’କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଯୁବକ। ହେଲେ ସେ ପଳାୟନ କରିବା ପୂର୍ବରୁ ଘରେ ଫୋନ୍‌ ଛାଡ଼ି ଯାଇଥିଲା। ଫୋନକୁ ପୁଲିସରେ ଜିମା ଦିଯାଯାଇଛି। ପୁଲିସ ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଏକତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe