ପାଣିରେ ବୁଡ଼ି ପ୍ରଥମ ଶ୍ରେଣୀ ଛାତ୍ରୀ ମୃତ

ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ରେଢ଼ାଖୋଲ: ମାଉସୀ ଘରକୁ ବୁଲିବାକୁ ଆସିଥିଲା ୫ ବର୍ଷର ଶିଶୁ କନ୍ୟା। ଆଜି ରବିବାର ଥିବାରୁ ଘରେ ମାଉସୀ ଭଲ ଭଲ ଜିନିଷ ରୋଷେଇ କରିଥିଳେ। ପରେ ମାଉସୀ-ଝିଆରୀ ମିଶି ଗାଁ’ ବନ୍ଧ ଯାଇଥିଲେ ଗାଧୋଇବା ପାଇଁ ସାଥୀରେ ଥିଲା ମାଉସୀଙ୍କ ଏକ ଛୋଟ ପୁଅ। ଗାଧୋଇ ସାର ଫେରିଥିଲେ ସମସ୍ତେ ଏକାଠି ବସି ଖିଆପିଆ କରିଥାନ୍ତେ। ମାତ୍ର ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ମାଉସୀ ସିନା ଘରକୁ ଫେରିଲା ହେଲେ ଶିଶୁ କନ୍ୟାଟି ଆଉ ଜୀବିତ ଫେରିଲାନି। ପାଣିରେ ବୁଡ଼ି ଚାଲିଗଲା ତା’ ପ୍ରାଣ।  ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ସରପାଳ ଗ୍ରାମରେ।

ପ୍ରାପ୍ତ ସୂଚନାନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଝିପିପାଲି ଗ୍ରାମର ବସନ୍ତ ପ୍ରଧାନଙ୍କ ପ୍ରଥମ ଶ୍ରେଣୀ ପଢୁଆ ଝିଅ ସିନୁ (୫) ସରପାଳ ଗ୍ରାମରେ ଥିବା ମାଉସୀ ଘରକୁ ବୁଲିବାକୁ ଆସିଥିଲା। ଆଜି ମାଉସୀ ସହ ସେ ଗାଁ’ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ମାତ୍ର ସେଠାରେ ମାଉସୀ କପଡ଼ା ସଫା କରିବାରେ ବ୍ୟସ୍ତ ଥିବା ବେଳେ ସିନୁ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲା। ଏହା ଦେଖି ମାଉସୀ ପାଟି କରିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ତାକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଚି। ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳାଇ ‌ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe