ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ନାବାଳିକା

Advertisment
ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ନାବାଳିକା

ସୋର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢ଼ୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କାର୍ତ୍ତିକ ପୂର୍ଣ୍ଣିମାରେ ପୋଖରୀରେ ଭସଯାଇଥିବା ଡଙ୍ଗା କାଢ଼ିବାକୁ ଯାଇ ଜଣେ ନାବାଳିକା ବୁଡିଯାଇଛି। ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ଝିଅ ଝାନସୀ ରାଣୀ ମହାଳିକ(୧୩)। ତେବେ ନାବାଳିକା ଜଣକ ଆଜି ଡଙ୍ଗା ଭସା ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଚାଲିଯାଇଥିଲା। ତେଣୁ ସେହି ପୋଖରୀ ଭିତରେ ନାବାଳିକା ଜଣକ ବୁଡ଼ିଯାଇଥିଲା।

ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଖବର ପାଇ ସୋର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ବାସୁଦେବପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe