ମା’ବାପା ଓ ୩ ଭଉଣୀଙ୍କୁ ଖାଦ୍ୟରେ ନିଶା ଦେଲା ନାବାଳିକା: ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର

Advertisment

ଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି।

ଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି।

ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଲୁଟ୍‌

ଯାଜପୁର/ନଠୁଆବର: କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି। ନିଶା ପ୍ରତିକ୍ରିୟାରେ ନାବାଳିକାଙ୍କ ବାପା ମା’ ଓ ୩ ସାନ ଉଉଣୀଙ୍କର ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରଥମେ ସେମାନଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନଠୁଆବର ଗ୍ରାମର ଏହି ନାବାଳିକା ପ୍ରେମିକ ସହିତ ଫେରାର ହେବା ପୂର୍ବରୁ ଗତକାଲି ରାତିରେ ଖାଦ୍ୟ ସହିତ ନିଶା ମିଶାଇ ଦେଇଥିଲା। ନିଶାମିଶ୍ରିତ ଖାଦ୍ୟ ମା’ ଓ ୩ ସାନ ଭଉଣୀ ଖାଇଥିଲେ। ମାତ୍ର ବାପା ଖାଇବା ବେଳେ ତରକାରୀ ପିତା ଲାଗିବାରୁ ସେ ଅଳ୍ପ ଖାଇଥିଲେ। ତେବେ ‌ନିଶା ମିଶ୍ରିତ ଖାଦ୍ୟ ଖାଇ ପରିବାର ଲୋକ ସଂଜ୍ଞାହୀନ ହୋଇଯିବା ସୁଯୋଗରେ ନାବାଳିକା ପ୍ରେମିକ ସହିତ ଫେରାର ହୋଇଯାଇଥିଲା।

ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର
ଅସୁସ୍ଥ ପରିବାର ସଦସ୍ୟ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି 

ଆଜି ସକାଳୁ ପଡ଼ୋଶୀମାନେ ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନାଯୋଗ୍ୟ, ଏହି ନାବାଳିକା ଜଣକ ସଂପୃକ୍ତ ଯୁବକ ସହିତ ପୂର୍ବରୁ ଥରେ ଫେରାର ‌ହୋଇଯାଇଥିଲା। ତାକୁ ଉଦ୍ଧାର କରି ଘରକୁ ଫେରାଇ ଅଣାଯାଇଥିଲା। ପରିବାର ଲୋକ ଅନ୍ୟତ୍ର ବାହାଘର ପାଇଁ ସୁନା ଅଳଙ୍କାର ଓ ଅର୍ଥ ଯୋଗାଡ଼ କରି ରଖିଥିବା ବେ‌ଳେ ନାବାଳିକା ଏଭଳି କାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ କୁଆଖିଆ ପୁଲିସ କହିଛି ଯେ ନାବାଳିକାଙ୍କ ପରିବାର ସୁସ୍ଥ ହେବାପରେ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe