ନାବାଳିକାଙ୍କୁ ଗଣ ଦୁଷ୍କର୍ମ: ୩ ଅଭିଯୁକ୍ତ ଗିରଫ

ରାଉରକେଲା ବ୍ରାହ୍ମଣୀଥାନା ଅଞ୍ଚଳର ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ...

1Minor girl gang-raped: 3 accused arrested

Minor girl gang-raped: 3 accused arrested Photograph: (sambad.in)

ରାଜଗାଙ୍ଗପୁର: ରାଉରକେଲା ବ୍ରାହ୍ମଣୀଥାନା ଅଞ୍ଚଳର ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।  ପୁଲିସ ଘଟଣାରେ ସମ୍ପୃକ୍ତ  ତିନି ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ପୀଡିତା ତାଙ୍କ ଜଣେ ପୂର୍ବ ପରିଚିତ ଯୁବକଙ୍କ ସହ କିଛି ଦିନ ତଳେ ଏକ ସ୍କୁଟିରେ  କାଂଶବାହାଲ  ପଟକୁ ବୁଲିବାକୁ ଆସିଥିଲେ ।  ସୁଯୋଗ ପାଇ ଯୁବକ ଜଣକ ନାବାଳିକାକୁ  ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅଞ୍ଚଳରେ ଏକ ସ୍ଥାନରେ  ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି  ରାତିରେ ଗଣ ଦୁଷ୍କର୍ମ କରିଥିଲେ ଏବଂ ପରେ ପୀଡ଼ିତାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ନିକଟରେ  ଛାଡ଼ି ଦେଇଥିଲେ ।

ଗଣ ଦୁଷ୍କର୍ମ ଶିକାର ପୀଡ଼ିତା  ମାନସିକ ଚାପରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ପରିବାର ଲୋକ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଘଟଣା ଜଣା ପଡିବା ପରେ ପୀଡ଼ିତାଙ୍କ ପରିବାର ଲୋକ  ରବିବାର ଦିନ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ରେ ଏ ନେଇ  ଏତଲା ଦେଇଥିଲେ । କାଂଶବାହାଲ ଫାଣ୍ଡି ଅଧିକାରୀ ସିମରନ ସିଂ ପର୍ଭ  ଏକ ମାମଲା ରୁଜୁ କରି ତଦନ୍ତ କରି ଏତଲାର ୨୪ଘଣ୍ଟା ଭିତରେ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ତିନି  ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜଣକ ରାଜଗାଙ୍ଗପୁର ଥାନା  ଚୁଙ୍ଗିମାଟି ଅଞ୍ଚଳର ଶିତେଶ ବାର୍ଲା (୧୯)  ଥିବା ବେଳେ ଅନ୍ୟ ଦୁଇଜଣ ନାବାଳକ ରହିଛନ୍ତି । ସୋମବାର ମୁଖ୍ୟ  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗିରଫ ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତମାନେ ରାଜଗାଙ୍ଗପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

sundargarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe