ବାର୍‌ହା ଫାଶରେ ପଡ଼ି ନାବାଳିକା ଗରୁତର

ବାର୍‌ହା ଫାଶରେ ପଡ଼ି ନାବାଳିକା ଗରୁତର

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ପଞ୍ଚାୟତର ଉଦୟଗିରି ଗ୍ରାମରେ ବାର୍‌ହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ଜଣେ ନାବାଳିକା ଗରୁତର ହୋଇଛନ୍ତି। ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଉଦୟଗିରି ଗ୍ରାମର ପ୍ରତିମା ସାହୁ (୧୬) ଶୌଚ ପାଇଁ ଘର ପାଖ କାପନାଳୀ ଜଙ୍ଗଲ ନିକଟକୁ ଯାଇଥିଲେ। ପୂର୍ବରୁ ଜଙ୍ଗଲରେ ଶିକାରୀମାନେ ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଲାଇନରୁ ହୁକ ପକାଇ ଫାଶ ବିଛାଇଥିଲେ। ଉକ୍ତ ଫାଶରେ ନାବାଳିକା ଜଣଙ୍କ ଲାଗି ଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ପ୍ରତିମା ଅଚେତ ହୋଇପଡ଼ିଥିଲେ। କିଛି ସମୟ ପରେ ଚେତା ଫେରିବାରୁ ସେ ବହୁ କଷ୍ଟରେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରତିମାଙ୍କ ଜଂଘ ଏବଂ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ତେଲକୋଇ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ୍‌ ଫାଶ ପକାଉଛନ୍ତି। ବେଳେବେଳେ ଏହି ଫାଶରେ ପଡ଼ି ସାଧାରଣ ଲୋକେ ମୃତାହତ ହେଉଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe