ଉଦ୍ଧାର ଅପହୃତା ନାବାଳିକାକୁ ପୁଣି ଅପହରଣ, ପୁଲିସ୍‌ ସାମ୍ନାରୁ ଟେକିନେଲେ

Advertisment
ଉଦ୍ଧାର ଅପହୃତା ନାବାଳିକାକୁ ପୁଣି ଅପହରଣ, ପୁଲିସ୍‌ ସାମ୍ନାରୁ ଟେକିନେଲେ

Radio Free Europe

ବଲାଙ୍ଗୀର : ଅପହରଣ ପରେ ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା ଜଣେ ନାବାଳିକାକୁ ପୁଣିଥରେ ଅପହରଣ କରାଯାଇଛି। ପୁଲିସ ସାମନାରୁ ଉକ୍ତ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକି ନେଇଥିବା ଜଣାପଡ଼ିଛି। ଏଥିରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି।

ଅଭିଯୋଗ ଅନୁସାରେ, ତୁଷୁରା ଥାନା ଅଂଚଳର ଉକ୍ତ ନାବାଳିକାକୁ ଧରି ଗତ ଜାନୁଆରି ମାସରେ ତୁଷୁରା ଗାଁର ପଦ୍ମଚୂଳ ନାଗ ନାମକ ଜଣେ ଯୁବକ ଫେରାର ମାରିଥିଲା। ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସକୁ କୌଣସି ପଦକ୍ଷେପ ନେଉନଥିଲା। ବଲାଙ୍ଗୀରର ଜଣେ ଆଇନଜୀବୀ ଉପରିସ୍ଥ ପୁଲିସ ଅଧିକାରୀଙ୍କୁ ଜଣାଇବା ପରେ ଗତ ୨୨ ତାରିଖ ଦିନ ନାବାଳିକାଙ୍କୁ ପୁଇଁନ୍ତଲାରୁ ପୁଲିସ ଉଦ୍ଧାର କରିଥିଲା। କିନ୍ତୁ ପଦ୍ମଚୂଳକୁ ଗିରଫ କରିବା ବଦଳରେ ଛାଡ଼ିଦେଇଥିଲା। ନାବାଳିକାଙ୍କୁ ଗୁରୁବାର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। କୋର୍ଟରୁ ପୁଲିସ ଗାଡ଼ିରେ ନାବାଳିକା ଏବଂ ତାଙ୍କ ମା’ଙ୍କୁ ବସାଇ ସେମାନଙ୍କ ଗାଁକୁ ନେଉଥିଲା। ଦେଓଗାଁ ବଂଗଳା ଛକଠାରେ ପୁଲିସ ଚା’ ପିଇବା ପାଇଁ ଗାଡ଼ି ଅଟକାଇଥିଲା। ଏହି ସମୟରେ ଦୁଇଜଣ ବାଇକ୍‌ ଆରୋହୀ ଆସି ନାବାଳିକାଙ୍କୁ ତାଙ୍କ ମା’ ଓ ପୁଲିସ ସାମ୍ନାରୁ ନେଇ ଫେରାର ମାରିଥିଲେ।

ନାବାଳିକାଙ୍କୁ ପୁଲିସ ଜାଣି ଶୁଣି କାହାକୁ ଦେଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନାବାଳିକାଙ୍କ ବାପା, ମା’ ଝିଅକୁ ଆଣିକି ତାଙ୍କୁ ଦେବା ପାଇଁ ଜିଦ୍‌ଧରି ତୁଷୁରା ଥାନା ସାମ୍ନାରେ ଧାରଣାରେ ବସିଥିଲେ। କିନ୍ତୁ ପୁଲିସ କିଛି ଶୁଣିନଥିଲା। ନାବାଳିକାଙ୍କୁ ଅପହରଣ କରିଥିବା ପଦ୍ମଚୂଳ ନାଗକୁ ପୁଲିସ ଗିରଫ ନକରିବା, ରାସ୍ତାରେ ନାବାଳିକାକୁ ଆଉ କାହା ହାତରେ ଟେକିଦେବା ଭଳି ସଂଗିନ ଅଭିଯୋଗ ଆସିଛି ତୁଷୁରା ପୁଲିସ ନାଁରେ। ପୁଲିସର କୌଣସି ଅଧିକାରୀ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe