ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଥାନା ଆଗରେ ଧାରଣା

Advertisment
ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଥାନା ଆଗରେ ଧାରଣା

ଦଶରଥପୁର : ଦଶରଥପୁର ବ୍ଲକ୍ ଖାନନଗର ପଞ୍ଚାୟତ ଯୁନ୍ଦୁପୁର ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପିଣ୍ଟୁ ଦାସ ଗତ୨୯ ତାରିଖରେ ଅପହରଣ କରିନେଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମଙ୍ଗଳପୁର ପୁଲିସ୍ ମାମଲା ରୁଜୁକରି ଚୁପ ହୋଇ ବସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତର ବାପା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ୍ ଉପରେ ଚାପ ସୃଷ୍ଟି କରୁଥିବା ନାବାଳିକାଙ୍କ ମା' ଅଭିଯୋଗ କରିଛନ୍ତି।

ଝିଅ ନିଖୋଜ ଘଟଣାକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଅଭିଯୋଗ କରି ଆଜି ଅପହୃତାଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନା ଆଗରେ ଧାରଣା ଦିଆଯାଇଥିଲା। ନ୍ୟାୟ ନମିଳିଲେ ଥାନା ଆଗରେ ନାବାଳିକାଙ୍କ ମା' ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳପୁର ଥାନାଅଧିକାରୀ ଅସିତ ରଞ୍ଜନ ମହାନ୍ତି ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe