ନାବାଳିକାକୁ ତଣ୍ଟିଚିପି ହତ୍ୟା ମାମଲାର ଅଭିଯୁକ୍ତ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବତାସୀଗୁଡ଼ା ଗ୍ରାମ ନିକଟ ନୂଆପଡ଼ାର ଜଣେ ନାବାଳିକାକୁ ଗୁରୁବାର ଜଣେ ଯୁବକ ତଣ୍ଟି ଚିପି ହତ୍ୟା କରିଥିଲା। ଘଟଣାର ୨୬ ଘଣ୍ଟା ପରେ ପୁଲିସ୍ ଆଜି ଅଭିଯୁକ୍ତ ଜୟପାଟଣା ଥାନା ଲୁହାବାହାଲ ଗ୍ରାମର ପ୍ରେମଲାଲ ଧଙ୍ଗଡ଼ାମାଝୀଙ୍କୁ ଗିରଫ କରିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାର କାରଣ ସମ୍ପର୍କରେ ଜାଣିପାରି ନଥିବା ପୁଲିସ୍ ସୂଚନା ଦେଇଛି। ଅନ୍ୟପକ୍ଷରେ ଆଜି ସାଇଣ୍ଟିଫିକ ଟିମ୍ ଓ ଡଗ୍‌ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଅନ୍ୟପକ୍ଷରେ ଆଜି ଜୟପାଟଣା ​ସ୍ବାସ୍ଥ୍ୟକେନ୍ଦ୍ରରେ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ପରେ ଗାଁରେ ​ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ଗୋଟିଏ ପଟେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଅନ୍ୟପଟେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତ ନାବାଳିକାଙ୍କ ଦୃଷ୍ଟିବାଧିତ ବାପା ଆଠ ବର୍ଷ ତଳେ ସ୍ତ୍ରୀକୁ ହରାଇଥିବା ବେଳେ ଏବେ ଝିଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଭଙ୍ଗାଦଦରା ଘରେ ଜୀବନ ବିତାଇ ଏବେ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ କାହିଁକି ହତ୍ୟା କଲା ଜଣାପଡ଼ି ନଥିବା ବେଳେ ପୁଲିସ୍ ତୁରନ୍ତ ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି। ଏଥିସହ ମୃତ ନାବାଳିକାଙ୍କ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe