ଦଶହରା ଛୁଟିରେ ଅଜାଘରକୁ ଆସି ଯୁବକର ପ୍ରେମରେ ଫସିଗଲା ନାବାଳିକା, ଗର୍ଭବତୀ ପରେ ଅଭିଯୁକ୍ତ ଗିରଫ

ବିଚାରାଧୀନ ବିଧବା କଏଦୀ ଗର୍ଭବତୀ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

themint

ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖାଯାଇଥିବା ଯୁବକକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲା ମାଲା ନରେନ୍ଦ୍ର(୨୩)।

ଅଭିଯୁକ୍ତ ଯୁବକ ମାଲା ନରେନ୍ଦ୍ର ନାମରେ ସୋମବାର ଗୁରାଣ୍ଡି ଥାନାରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ ଦେଇଥିଲେ, ଯାହାକୁ ନେଇ ଗୁରାଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସ୍ଆଇ ବଳରାମ ବେହେରା ତଦନ୍ତ କରିଥିଲେ। ଗିରଫ ପରେ ଯୁବକ ଜଣକୁ ଗୁରାଣ୍ଡି ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀମାଇନା କରାଯାଇଛି। ପରେ ପାରଳାଖେମୁଣ୍ଡିସ୍ଥିତ କୋର୍ଟକୁ ଚାଲାଣ ହୋଇଛି।

publive-image

ଅଭିଯୋଗ ପ୍ରକାରେ ନାବାଳିକା ଜଣକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ମଣ୍ଡଳମ୍ ସିଦ୍ଧି ଗ୍ରାମରେ ନିଜ ପିତାମାତାଙ୍କ ସହ ରହୁଛି। ସେ ସେଠାରେ ଥିବା ଏକ ହୋଷ୍ଟେଲରେ ରହି ପାଠ ପଢୁଛି। ଛୁଟି ସମୟରେ ସେ ତାଙ୍କ ଅଜା/ଆଇଙ୍କ ଘରକୁ ଆସିଥାଏ। ଏପରି ଭାବେ ସେ ଗତବର୍ଷ ଦଶହରା ଛୁଟିରେ ଗ୍ରାମକୁ ଆସିଥିଲେ। ଏହି ସମୟରେ ମାଲା ନରେନ୍ଦ୍ର(୨୩) ନାମକ ଜଣେ ଯୁବକଙ୍କ ସହ ନାବାଳିକାଙ୍କ ସହିତ ପରିଚୟ ଏବଂ ସାକ୍ଷାତ ହୋଇଥିଲା। ପରେ ଯୁବକ ଜଣକ କୌଣସି ପ୍ରକାରେ ନାବାଳିକାଙ୍କୁ କୌଶଳ କରି ଶାରିରୀକ ସମ୍ପର୍କ ରଖିଥିଲା। ଦଶହରା ଛୁଟି ସରିଯିବାପରେ ନାବାଳିକା ଜଣକ ଆନ୍ଧ୍ରପ୍ରଦେଶକୁ ଚାଲିଯାଇଥିଲା। କିଛି ଦିନ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେଠାକାର ହୋଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ନେଇଥିଲେ। ଡାକ୍ତରି ଚିକିତ୍ସା ତଥା ସ୍ବାସ୍ଥ୍ୟ ପରୀକ୍ଷା ନିରିକ୍ଷା ବେଳେ ସେଠାକାର ଡାକ୍ତର ନାବାଳିକା ଜଣକ ଗର୍ଭବତୀ ହୋଥିବାର ଜାଣିବାକୁ ପାଇ ଘଟଣା ସମ୍ପର୍କରେ ହୋଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଘଟଣାକୁ ନେଇ ପ୍ରଥମେ ଆନ୍ଧ୍ରର ପୁରୁଣାପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପୁରୁଣାପାଟଣା ପୁଲିସ ଏହି ମାମଲାକୁ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ। ରବିବାର ଦିନ ଘଟଣାକୁ ନେଇ ଗୁରାଣ୍ଡି ଥାନା ପୁଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ନାବାଳିକାଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଡାକ୍ତରୀ ମାଇନା କରିଥିଲେ। ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ପ୍ରକ୍ରିୟା ସରିବା ପରେ ନାବାଳିକା ଜଣଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତ କରାଯାଇଛି। ସିଡବ୍ଲ୍ୟୁସି ଗର୍ଭବତୀ ନାବାଳିକାଙ୍କୁ ଥଇଥାନ କରିବା ପାଇଁ ପ୍ରୋୟଜନ କରୁଥିବା ବେଳେ ଚିଲ୍ଡ୍ରେନ ହୋମ୍ ରେ ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe