Free Press Journal
ଭୁବନେଶ୍ୱର : ଲକ୍ଡାଉନ୍ରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା ରୁଜୁ ହେବାକୁ ୩ ସପ୍ତାହ ବିତି ଗଲାଣି। କିନ୍ତୁ ତଦନ୍ତ ସମୟସାପେକ୍ଷ ଦର୍ଶାଇ ପୁଲିସ ଏଯାଏ ରହସ୍ୟ ଉନ୍ମୋଚନ କରିପାରି ନାହିଁ। ଯାହାକୁ ନେଇ ପୁଲିସ କାର୍ଯ୍ୟଦକ୍ଷତା ଉପରେ ବିଭିନ୍ନ ଆଡୁ ଅଙ୍ଗୁଳି ଉଠିଛି। ଏହି ସମ୍ବେଦନଶୀଳ ମାମଲାରେ ଡିସିପି ଉମାଶଙ୍କର ଦାଶ ଆଜି ମହିଳା ଥାନାକୁ ଯାଇ ତଦନ୍ତ ସମୀକ୍ଷା କରିଛନ୍ତି। ତଦନ୍ତର ଅଗ୍ରଗତି, ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।
ଏହି ସମୟରେ ମହିଳା ଥାନାଧିକାରୀ ଏବଂ ମାମଲାର ତଦନ୍ତକାରୀ ଅଧିକାରୀ ତଥା ମହିଳା ବିରୋଧୀ ହିଂସା ପାଇଁ ଉଦ୍ଦିଷ୍ଟ ଆଇୟୁସିଓଡବ୍ଲୁର ଇନ୍ସପେକ୍ଟର ଉପସ୍ଥିତ ଥିଲେ। ମଧ୍ୟାହ୍ନ ୧୨ଟାରୁ ୧ଟା ପ୍ରାୟ ଘଣ୍ଟାଏ ଧରି ଡିସିପି ସମୀକ୍ଷା କରିଥିଲେ। ଅଭିଯୋଗରେ ଯେଉଁ ପୁଲିସ ଅଧିକାରୀ ସମ୍ପୃକ୍ତ ଥିବା କୁହାଯାଉଥିଲା, ସେ କିଏ, ତାଙ୍କୁ ଚିହ୍ନଟ ପାଇଁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ଟିମ୍। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଓ ନାବାଳିକାଙ୍କ ବୟାନକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୦ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ମାମଲା ରୁଜୁ ହୋଇଥିଲା।
Follow Us