ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ, ଥାନାରେ ମାମଲା, ମଉସା ଅଟକ

Advertisment

indiatoday.in

ଜୟପାଟଣା : ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଅଞ୍ଚଳର ଜଣେ ନାବାଳିକା ତାଙ୍କ ନିଜ ମଉସା ଦୁଷ୍କର୍ମ କରିଥିବା ନେଇ ଜୟପା‌ଟଣା ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ନିଜ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ସେ ଅଢ଼େଇ ମାସ ହେଲା ନିଜ ମଉସା ଜ୍ୟୋତି ରଞ୍ଜନ ଦାସ(୪୦)ଙ୍କ ମୁଖିଗୁଡ଼ା‌ ସେକ୍ଟର ୨ ସ୍ଥିତ କ୍ବାଟର୍ସରେ ରହୁଥିଲେ। ସେ ସେଠାରେ ଯୁକ୍ତ ଦୁଇ କଲେଜରେ ପଢିବା ପାଇଁ ନାମ ଲେଖାଇଥିଲେ। ଗତ ୨୫ ତାରିଖ ରାତିରେ ନାବାଳିକା ଜଣକ ଶୋଇଥିବା ବେଳେ ମାଉସୀଙ୍କ ଅନୁପସ୍ଥିତିରେ ମଉସା ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜୟପାଟଣା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ନାବାଳିକାର ବାପା, ମା’ ଦିଲ୍ଲୀରେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବାରୁ ନାବାଳିକାଙ୍କୁ ଭବାନୀପାଟଣାସ୍ଥିତ ସିଡବ୍ଲ୍ୟୁସିରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe