ଲକ୍‌ଡାଉନ୍ ଲଜ୍ଜା : ଗଣଦୁଷ୍କର୍ମରେ ଗଣମାଧ୍ୟମ କର୍ମଚାରୀ ବି ସାମିଲ୍

Advertisment

୮ ନୁହେଁ, ଜଣେ ପୁଲିସ ସାମିଲ, ଅନ୍ୟ ୨ ସହଯୋଗ କରିଥିଲେ, ସ୍ବତନ୍ତ୍ର ଟିମର ତନାଘନା ଜାରି

୮ ନୁହେଁ, ଜଣେ ପୁଲିସ ସାମିଲ, ଅନ୍ୟ ୨ ସହଯୋଗ କରିଥିଲେ, ସ୍ବତନ୍ତ୍ର ଟିମର ତନାଘନା ଜାରି

ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

Free Press Journal

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ପଦାକୁ ଆସିଛି ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ। କେବଳ ପୁଲିସ କର୍ମଚାରୀ ନୁହଁନ୍ତି, ଏହି ଲଜ୍ଜାଜନକ ଓ ଅମାନବୀୟ ଘଟଣାରେ କିଛି ଗଣମାଧ୍ୟମର କର୍ମଚାରୀ ମଧ୍ୟ ସାମିଲ୍‌ ଥିବା ଜଣାପଡ଼ିଛି। ଏକ ପ୍ରତିଷ୍ଠିତ ଘରୋଇ ଟିଭି ଚ୍ୟାନେଲ୍‌ର ଦୁଇ ଜଣ କର୍ମଚାରୀ ଏହି ଅଭାବନୀୟ ଘଟଣାରେ ସମ୍ପୃକ୍ତି ଥିବା ଆଜି ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଇଛି। କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ମାମଲାର ଫଳାଫଳକୁ ନେଇ ଏବେ ସମଗ୍ର ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ତେବେ ୮ ଜଣ ନୁହେଁ, ବରଂ ଜଣେ ଅଫିସରସ୍ତରୀୟ ପୁଲିସ ସିଧାସଳଖ ସଂପୃକ୍ତ ଅଛନ୍ତି ଓ ତାଙ୍କୁ ଅନ୍ୟ ଦୁଇଜଣ ସହଯୋଗ କରିଥିବା କୁହାଯାଉଛି। ତେବେ ନିର୍ଦିଷ୍ଟ କେତେ ଜଣ ପୁଲିସ ଓ ସେମାନେ କିଏ କିଏ ତା ଉପରୁ ଏଯାଏ ରହସ୍ୟ ଉଠିପାରିନି। ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ଘଟଣାରେ ୮ଜଣ ପୁଲିସଙ୍କ ସଂପୃକ୍ତି କଥା କୁହାଯାଉଥିଲା।

ଅନ୍ୟପକ୍ଷରେ ପୀଡ଼ିତା ନାବାଳିକାଙ୍କ ବୟାନ୍‌ରୁ ଘରୋଇ ଟିଭି ଚ୍ୟାନେଲ୍‌ କର୍ମଚାରୀଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ଆଜି ତଦନ୍ତ କରୁଥିବା ପୁଲିସ ଟିମ୍‌ ଉକ୍ତ ଟିଭି କାର୍ଯ୍ୟାଳୟରେ ପହଞ୍ଚି ୫ ଘଣ୍ଟା କାଳ ଖୋଳତାଡ଼ କରିଛି। କିନ୍ତୁ ଉକ୍ତ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିବାରୁ ପୁଲିସ ଖାଲି ହାତରେ ସେଠାରୁ ଫେରିଛି। ତେବେ ସେମାନଙ୍କୁ ଆଗ ଗିରଫ କରିବା ପାଇଁ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଜୋରଦାର୍ ଚଢ଼ଉ ଜାରି ରଖିଛି। ସେହିଭଳି ଏହି ମାମଲାର ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ବେଳେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ପୁଲିସ ମୁତୟନ ହୋଇଥିବାରୁ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଠାବ କରିବା କିଛି ସମୟ ଲାଗିବ ବୋଲି କୁହାଯାଉଛି। କିନ୍ତୁ ଉକ୍ତ ଟିଭି ଚ୍ୟାନେଲ୍‌ର କର୍ମଚାରୀ ଗିରଫ ହେବା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଠାବ କରିବା ସହଜ ହେବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରାପ୍ତ ଖବର ଅନୁସାରେ, ସମ୍ପୃକ୍ତ ଟିଭି ଚ୍ୟାନେଲର ଅଭିଯୁକ୍ତ କର୍ମଚାରୀଙ୍କ ସହ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କ ସୁସମ୍ପର୍କ ରହିଛି। ଏମିତିକି ଟିଭି ଚ୍ୟାନେଲର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ହେଉଛନ୍ତି ଜଣେ ପୁଲିସ କର୍ମଚାରୀ। ବଡ଼ ଗମ୍ଭୀର କଥା ହେଉଛି, ମାର୍ଚ୍ଚ ଓ ଏପ୍ରିଲ ମାସରେ ଅଭିଯୁକ୍ତମାନେ ଏକାଧିକ ଥର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ପୁଲିସ ଓ ଗଣମାଧ୍ୟମର ଡର ଦେଖାଇ ମାମଲାକୁ ଆଗକୁ ନ ବଢ଼ାଇବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ତେଣୁ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ୧୩ ବର୍ଷ ବୟସର ନାବାଳିକାଟି ଦୁର୍ବୃତ୍ତମାନଙ୍କ ପାଶବିକ ଅତ୍ୟାଚାର ସହିଥିଲେ ବି ମୁହଁ ଖୋଲି ପାରିନଥିବା ଜଣାପଡ଼ିଛି। କିନ୍ତୁ ଅତ୍ୟାଚାର ବଢ଼ିବା ଓ ଶେଷକୁ ଅସହ୍ୟ ହେବାରୁ ସେ ବାପା ମା’ଙ୍କୁ ଜଣାଇଛି। ତେଣୁ ଗତ ୩୦ ତାରିଖରେ ମହିଳା ଥାନାରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ପୁଲିସ ତତ୍ପରତାର ସହ ତନାଘନା ଚଳାଇଛି।

ଏହି ଅଭିଯୋଗକୁ ଅତି ଗମ୍ଭୀରତାର ସହ ନିଆଯାଇଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଏ ନେଇ ମହିଳା ଥାନାରେ କେସ୍ ନଂ-୪୪ରେ ଆଇପିସିର ବିଭିନ୍ନ ଦଫା ଓ ପୋକ୍‌ସୋ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ମହିଳା ଏବଂ ଶିଶୁଙ୍କ ମାମଲାର ତଦନ୍ତ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ୟୁନିଟ୍‌କୁ ମାମଲାର ତଦନ୍ତ ଭାର ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe