ନାବାଳିକା ଗଣଦୁଷ୍କର୍ମ ମାମଲା : ଗଣମାଧ୍ୟମ ଏମ୍‌ଡିଙ୍କୁ ଶିଶୁ ଅଧିକାର ଆୟୋଗଙ୍କ ନୋଟିସ୍‌

Advertisment

ମହିଳା କମିସନ୍‌ଙ୍କୁ ଭେଟିଲେ ପୀଡ଼ିତାଙ୍କ ମା’

ମହିଳା କମିସନ୍‌ଙ୍କୁ ଭେଟିଲେ ପୀଡ଼ିତାଙ୍କ ମା’

ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

Free Press Journal

ଭୁବନେଶ୍ୱର : ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଏବେ ଜୋର୍‌ଦାର ହେବାରେ ଲାଗିଛି। ଏହି ଲଜ୍ଜାଜନକ ତଥା ସମ୍ବେଦନଶୀଳ ମାମଲାରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର କର୍ମଚାରୀ ଓ ଜଣେ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବାରୁ ଏହି ମାମଲାର ତୁରନ୍ତ ପର୍ଦ୍ଦାଫାସ୍ ପାଇଁ ବିଭିନ୍ନ ଦିଗରୁ ଦାବି ଜୋର୍‌ ଧରିଛି ଓ ବିଭିନ୍ନ ମହଲରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଜୁ ଆଡୁ ମାମଲା ରୁଜୁ କରିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମ୍ପୃକ୍ତ ଟିଭି ଚ୍ୟାନେଲ୍‌ ଏମ୍‌ଡିଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଟିଭି ଚ୍ୟାନେଲ୍‌ର ଏମ୍‌ଡି ଅଭିଯୁକ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ମାମଲାକୁ ଚପାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିବାରୁ, ତାଙ୍କୁ ଏହାର ଜବାବ ରଖିବା ଲାଗି ନୋଟିସ୍ ଜାରି କରା ଯାଇଛି ବୋଲି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି। ପୂରା ଘଟଣାର ତଦନ୍ତ ରିପୋର୍ଟ, ଏଫ୍ଆଇଆର୍‌ ନକଲ ଓ ଏ ସଂକ୍ରାନ୍ତୀୟ କାଗଜପତ୍ର ମଧ୍ୟ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ ପୁଲିସ କମିସନରଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ମା’ ତାଙ୍କ ଓକିଲଙ୍କ ସହ ଆଜି ଅପରାହ୍‌ଣରେ ମହିଳା କମିସନ୍‌ ଅଧ୍ୟକ୍ଷାଙ୍କୁ ତାଙ୍କ ବାସଭବନରେ ଭେଟି ନ୍ୟାୟ ମାଗିଛନ୍ତି। ଗଣଦୁଷ୍କର୍ମରେ ସମ୍ପୃକ୍ତ ଟିଭି ଚ୍ୟାନେଲ୍‌ର ଦୁଇଜଣ କର୍ମଚାରୀ ଓ ଦୁଇଜଣ ସୁରକ୍ଷାକର୍ମୀଙ୍କ ସହ ଜଣେ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ସେ ପ୍ରଥମେ ଚ୍ୟାନେଲ୍‌ର ଏମ୍‌ଡିଙ୍କୁ ଜଣାଇଥିଲେ ବୋଲି ଅଧ୍ୟକ୍ଷାଙ୍କୁ ଜଣାଇଛନ୍ତି। ଏମ୍‌ଡି ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିବା ସହ ସେ ମିଛ କହୁଛନ୍ତି ବୋଲି ଚ୍ୟାନେଲରେ ଖବର ପ୍ରସାରଣ କରିଛନ୍ତି ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି। ଏମ୍‌ଡି ଓ ତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତାଳପର ଅଡିଓ ଟେପ୍ ସେ ଅଧ୍ୟକ୍ଷାଙ୍କ ନିକଟରେ ଦାଖଲ କରିଛନ୍ତି। ଅଧ୍ୟକ୍ଷା ମିନତି ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି। ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଚିଠି ଲେଖାଯାଇଛି ଓ ପୁଲିସକୁ ଠିକ୍ ତଦନ୍ତ କରିବା ଲାଗି କୁହାଯିବା ସହ ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଗତ ୬ ତାରିଖରେ ଚିଠି ଲେଖା ଯାଇଛି ବୋଲି ସେ କହିଛନ୍ତି। ମାମଲା ରୁଜୁ ହେବାକୁ ୧୨ଦିନ ବିତି ଯାଇଥିବା ବେଳେ ପୁଲିସକୁ ସେଭଳି କିଛି ଠୋସ୍ ସୁରାକ୍ ମିଳି ପାରିନାହିଁ। ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ, କିଛି ଦସ୍ତାବିଜ୍ ଜବତ କରାଯିବା ସହ ରେକର୍ଡ ଯାଞ୍ଚ କରାଯାଇଛି। ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି। ଆୟୋଗଙ୍କ ନିର୍ଦେଶ ଅନୁସା‌ରେ, ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe