ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍, ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଅଦାଲତ(ଏଫଟିଏସସି-୧) ବିଚାରପତି ପି.କେ.ଦାସ ଶୁଣାଣି କରି କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦା ଗ୍ରାମର ସତ୍ୟବ୍ରତ....

Rape12345

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଅଦାଲତ(ଏଫଟିଏସସି-୧) ବିଚାରପତି ପି.କେ.ଦାସ ଶୁଣାଣି କରି କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦା ଗ୍ରାମର ସତ୍ୟବ୍ରତ ରଣା(୨୯)କୁ ୨୦ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୭୬(୩), ୩୬୩ ଓ ୩୬୬ରେ ସତ୍ୟବ୍ରତକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ଟଙ୍କ‌ା ନ ଦେଲେ ଆସାମୀକୁ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। 

ଏଥି ସହିତ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଫେବ୍ରୁଆରି ୧୮ରୁ ନାବାଳିକା ପୀଡ଼ିତା ନିଖୋଜ ଥିବା ନେଇ ତାଙ୍କ ପରିବାର ତରଫରୁ ୪୨ମୌଜା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଏତଲା ଆଧାରରେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା। ଅପହରଣ କରାଯିବା ପରେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ତଦନ୍ତ ପରେ ୨୦୧୯, ଜୁଲାଇ ୧୪ରେ ଅଭିଯୁକ୍ତ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe