କୋଇଡ଼ା : ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

Advertisment

ରକ୍ଷା କରିବାକୁ ଆସି ବି ୨ଜଣ ଦୁଷ୍କର୍ମ କରିଥିଲେ, ଦୁଷ୍କର୍ମକାରୀଙ୍କ ମଧ୍ୟରେ ୨ ନାବାଳକ

ରକ୍ଷା କରିବାକୁ ଆସି ବି ୨ଜଣ ଦୁଷ୍କର୍ମ କରିଥିଲେ, ଦୁଷ୍କର୍ମକାରୀଙ୍କ ମଧ୍ୟରେ ୨ ନାବାଳକ

ପୁଲିସ ସହାୟତା ଦେଲାନି; ବାରମ୍ବାର ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆ‌ଇନ ଛାତ୍ରୀ ଆତ୍ମହତ୍ୟା କଲେ

କୋଇଡ଼ା : ଟେନ୍‌ସାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବିଚିତ୍ର କଥା ହେଉଛି, ଜଙ୍ଗଲରେ ଦୁଷ୍କର୍ମ ପୀଡ଼ିତା ଚିତ୍କାର କରୁଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ୨ ଜଣ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀଙ୍କ ମଧ୍ୟରେ ୨ ନାବାଳକ ଓ ଜଣେ ଯୁବକ ରହିଥିବାବେଳେ ୩ ଜଣଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି।

ଗତ ଶୁକ୍ରବାର ରାତିରେ ଜଣେ ନାବାଳିକା ଟେନ୍‌ସାରେ ତାଙ୍କର ସମ୍ପର୍କୀୟଙ୍କ ନିର୍ବନ୍ଧ ଉତ୍ସବକୁ ଆସିଥିଲେ। ଏହି ଉତ୍ସବକୁ ଆସିଥିବା ନାବାଳିକାଙ୍କ ବଡ଼ ଭଉଣୀଙ୍କର ଜଣେ ପୁରୁଷ ବନ୍ଧୁ ଟେନ୍‌ସା ବଜାର ବୁଲାଇ ନେବାକୁ କହି ତାଙ୍କୁ ଡାକି ନେଇଥିଲା। ତେବେ ବଜାର ନେବା ପରିବର୍ତ୍ତେ ସେ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କୁ ରକ୍ଷା କରିବା ପାଇଁ ଦୁଇ ଜଣ ଧାଇଁ ଆସିଥିଲେ। ହେଲେ ରକ୍ଷା କରିବା ପରିବର୍ତ୍ତେ ସେମାନେ ବି ଦୁଷ୍କର୍ମରେ ସାମିଲ ହୋଇଥିଲେ। ନାବାଳିକା ଘରକୁ ଫେରି ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଅବଗତ କରିଥିଲେ। ପରିବାର ଲୋକେ ଲହୁଣିପଡା ଥାନା ଅନ୍ତର୍ଗତ ସ୍ଥାନୀୟ ଟେନ୍‌ସା ଫାଣ୍ଡିରେ ଏ ସଂପର୍କରେ ଏକ ଏତଲା ଦେବା ପରେ ପୁଲିସ ମାମଲା ରୁଜୁକରି ୩ ଦୁଷ୍କର୍ମ ଅଭଯୁ୍କ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଚକିତ କରିବା ଭଳି କଥା ହେଉଛି, ଏହି ଅଭିଯୁକ୍ତଙ୍କ ଭିତରେ ୨ ଜଣ ନାବାଳକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe