ରାଜଧାନୀ‌ରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା : ଡିସିପିଙ୍କୁ ମହିଳା କମିସନଙ୍କ ରିପୋର୍ଟ ତଲବ

ମାମଲା ରୁଜୁ କଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

Free Press Journal

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ମହିଳା କମିସନ୍‌ ହସ୍ତକ୍ଷେପ କରିଛନ୍ତି। ଏହି ମର୍ମରେ କମିସନ୍‌ ଆଜି ପୁଲିସ୍‌ ଡିସିପିଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। କମିସନର୍‌ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ତଦନ୍ତକୁ ଅନୁଧ୍ୟାନ କରାଯାଉଛି। ଯଦି ଅବହେଳା କରାଯାଉଥିବା ଅନୁଭବ ହୁଏ, ତାହାଲେ ଏ ସଂପର୍କରେ ପୁଲିସ ଡିଜିଙ୍କୁ ଅବଗତ କରାଯିବ। ଅପରପକ୍ଷେ ଏହି ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ସଠିକ୍ ତଦନ୍ତ ଲାଗି ପୁଲିସ କମିସନର୍‌ଙ୍କୁ ନିର୍ଦେଶ ଦେବା ସହ ୭ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ନାବାଳିକାଙ୍କ ସୁରକ୍ଷା ପାଇଁ ଆୟୋଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ମହିଳା ଥାନାରେ ଏହି ମାମଲା ରୁଜୁ ହେବାକୁ ସପ୍ତାହେ ବିତି ଯାଇଥିବା ବେଳେ ରହସ୍ୟ ଉନ୍ମୋଚନ କରିପାରିନାହିଁ ପୁଲିସ। ଏପରିକି ଏହି ଘଟଣା‌ରେ ପୁଲିସ୍‌ କାହାରିକୁ ଗିରଫ ମଧ୍ୟ କରିନାହିଁ। ତେବେ ଏହି ମାମଲାରେ ସମ୍ପୃକ୍ତ ଟିଭି ଚ୍ୟାନେଲରେ ଗତକାଲି ଦୀର୍ଘ ସମୟ ଧରି ପୁଲିସ ଛାନଭିନ୍ କରିଥିବା ବେଳେ ଆଜି କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି। ତେବେ ସେମାନଙ୍କଠାରୁ କି’ ତଥ୍ୟ ହାସଲ କରିଛି, ତାହା ଜଣା ପଡ଼ିନାହିଁ। ଘଟଣାଟି ପୁରୁଣା ହୋଇଥିବାରୁ ତଥ୍ୟ ହାସଲ କରିବାରେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ସମ୍ପୃକ୍ତ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ସାଥୀ କିଏ, ସେମାନଙ୍କ ସମ୍ପର୍କରେ ଜାଣିବା ଲାଗି ଚେଷ୍ଟା ଚଳାଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe