ନାବାଳିକାଙ୍କୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

Advertisment
ପରିସ୍ରା ପାଇଁ ବାହାରକୁ ଆସିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନା ଅଞ୍ଚଳରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା (୧୦) ନିଜର ସମ୍ପର୍କୀୟ ଦାଦା ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ବର ପଠାଯାଇଛି।

ସୂଚନା ଅନୁସାରେ, ଦୁଷ୍କର୍ମ ପୀଡ଼ିତାଙ୍କ ଯୁଗ୍ମ ପରିବାର। ଆଜି ଅପରାହ୍ଣରେ ନାବାଳିକା ଜଣକ ନିଜର ଦାଦା (୨୫)ସହ ସବୁଦିନ ଭଳି ଏକାଠି ଶୋଇଥିଲେ। ପ୍ରାୟ ୩ଟା ବେଳେ ଘରେ ଅନ୍ୟମାନେ ଶୋଇପଡ଼ିଥିବା ଦେଖି ଦାଦାର ପାଶବିକ ପ୍ରବୃତ୍ତି ଜାଗ୍ରତ ହୋଇଥିଲା। ନାବାଳିକାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲେ। କୌଣସି ମତେ ନାବାଳିକା ଜଣକ ନିଜକୁ ମୁକୁଳାଇ ପାଟି କରିଥିଲେ। ପାଟି ଶୁଣି ଘରର ଅନ୍ୟ ସଦସ୍ୟ ସେଠାକୁ ଆସି ନାବାଳିକାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ପୀଡ଼ିତାଙ୍କ ବାପା ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏନେଇ ଟାଉନ୍ ଥାନା ଅଧିକାରୀ କହିଛନ୍ତି ଯେ, ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ୨୫୦/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ଏନେଇ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe